ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଜାତୀୟ କ୍ରିଡା ଦିବସ ପାଳିତ
ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍): ସ୍ଥାନୀୟ ଶ୍ରୀରାମ ନଗର ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଜାତୀୟ କ୍ରିଡା ଦିବସ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥୀ ଭାବେ ଗ୍ରାମ୍ୟ ଉନ୍ନୟନ ବିଭାଗର କନିଷ୍ଠ ଯନ୍ତ୍ରୀ ଶଚିକାନ୍ତ ଦାଶ ଯୋଗଦେଇ କ୍ରିଡା ଦିବସ ଉପରେ ନିଜ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ରିକାପଲ୍ଲୀ କସ୍ତୁରବା ଆବାସିକ ବିଦ୍ୟାଳୟର ପିଇଟି ଶିକ୍ଷୟତ୍ରୀ ସୁନିତା ପାତ୍ର ଙ୍କୁ ବିଦ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧନା କରାଯାଇଥିଲ।। ଏଥିରେ ବିଦ୍ୟାଳୟ ସଭାପତି ରଜନୀକାନ୍ତ ପଟ୍ଟନାୟକ, ପ୍ରଧାନଆଚାର୍ଯ୍ୟ ରବିନ୍ଦ୍ରନାଥ ଦାଶ, ଆଚାର୍ଯ୍ୟ ଟି.ସୁରେଶ କୁମାର ଆଚାରୀ ପ୍ରମୁଖ ଉପସ୍ଥିତ ଥିଲେ । ଶିଶୁ ମାନଙ୍କ ମଧ୍ୟରେ କବାଡି ଓ ପୁଚି ଖେଳ ପ୍ରତିଯୋଗିତା ହୋଇଥିଲ।। ମୁଖ୍ୟ ଅତିଥୀ କୃତୀ ଖେଳାଳୀ ମାନଙ୍କୁ ପୁରସ୍କୃତ କରିଥିଲେ । ଆଚାର୍ଯ୍ୟ ଶ୍ରୀକାନ୍ତ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।