ମୃତ ପ୍ରାଣୀଧନ ନିରୀକ୍ଷକଙ୍କ ପରିବାରକୁ ସହାୟତା ପ୍ରଦାନ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ହିଞ୍ଜିଳିକାଟୁ ବ୍ଳକ ନନ୍ଦିକ ସେଂଟରରେ କାର୍ଯ୍ୟରତ ପ୍ରାଣୀଧନ ନିରୀକ୍ଷକ ଆର. ଦୂର୍ଯ୍ୟୋଧନଙ୍କ ଗତ ଅଗଷ୍ଟ ୮ ତାରିଖ ରାତିରେ ହଠାତ ଶରୀର ଅସୁସ୍ଥ ହେବାର ପରିବାର ଲୋକେ ଚିକିତ୍ସା ସକାଶେ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାରେ ଭର୍ତି କରିଥିଲେ । କିନ୍ତୁ ଚିକିତ୍ସାଧିନ ସମୟରେ ସଂପୃକ୍ତ ପ୍ରାଣୀଧନ ନିରୀକ୍ଷକଙ୍କ ମୃତ୍ୟୁ ଘଟିଥିଲା । ରବିବାର ପୂର୍ବାହ୍ନରେ ଗଞ୍ଜାମ ଜିଲ୍ଲା ପ୍ରାଣୀ ଚିକିତ୍ସା ବୈଷୟିକ କର୍ମଚାରୀ ସଂଘର କର୍ମକର୍ତା ଓ ସଭ୍ୟ ମାନେ ମୃତ ପ୍ରାଣୀଧନ ନିରୀକ୍ଷକଙ୍କ ବାସଭବନକୁ ଯାଇ ମୃତକଙ୍କ ସ୍ତ୍ରୀ ଇ. ଋାଧାଙ୍କୁ ସହଯୋଗର ହାତ ବଢାଇବା ସହ ୭୦ ହଜାର୪ଶହ ଟଙ୍କାର ଏକ ଚେକ୍ ପ୍ରଦାନ କରିଥିଲେ । ଜିଲ୍ଲା ସଂଘ ସଭାପତି ଶୌରୀ ପ୍ରଧାନ, ସମ୍ପାଦକ ପ୍ରଶାନ୍ତ କୁମାର ମିଶ୍ର, ରାଜ୍ୟ ସଂଘ ଦକ୍ଷିଣ ଭାଗ ସଂଗଠକ, ବୁଥ୍ ଲିଡ଼ର ଓ ହିଞ୍ଜିଳିକାଟୁ ପ୍ରାଣୀ ଚିକିତ୍ସାଳୟର କର୍ମଚାରୀ ସୁଶାନ୍ତ କୁମାର ପାଣିଗ୍ରାହୀ, ସମିତିସଭ୍ୟ ଡ଼ି. ଲିଙ୍ଗରାଜ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରକାଶ ଥାଉକି ମୃତ ପ୍ରାଣୀଧନ ନିରୀକ୍ଷକ ଚଳିତ ବର୍ଷ ଜୁନ ୧୧ ତାରିଖରେ କାର୍ଯ୍ୟରେ ଯୋଗ ଦେଇଥିଲେ ।


