ପିଟିସନର ଶୁଣାଣି ଅକ୍ଟୋବର ୧୨ରେ

ଭୁବନେଶ୍ବର,(ୱାଇଏନ୍ଏସ୍): ସାଂସଦ ଅନୁଭବଙ୍କ ବିରୋଧରେ ପାରିବାରିକ ହିଂସା ମାମଲାର ଶୁଣଣି ଘୁଞ୍ଚିଲା । ବର୍ଷା ପ୍ରିୟଦର୍ଶନୀ ଦାଖଲ କରିଥିବା ପିଟିସନର ଶୁଣାଣି ଅକ୍ଟୋବର ୧୨ରେ କରିବା ପାଇଁ ତାରିଖ ଧାର୍ଯ୍ୟ କରାଯାଇଛି । ଶୁଣାଣି ଘୁଞ୍ଚିଥିବା ବର୍ଷାଙ୍କ ଓକିଲ କହିଛନ୍ତି । ସୂଚନା ଅନୁଯାୟୀ, ଶାରୀରିକ ଓ ମାନସିକ ନିର୍ଯାତନା ଦେବା ସହ ଅନ୍ୟ ନାରୀଙ୍କ ସହ ସମ୍ପର୍କ ରଖିଥିବା ଭଳି ସାଂଘାତିକ ଅଭିଯୋଗ ଆଣିଥିଲେ ପତ୍ନୀ ବର୍ଷା ପ୍ରିୟଦର୍ଶନୀ  ସେ ଏଥିରେ କେତେକ ନିର୍ଦିଷ୍ଟ ଅଭିଯୋଗ ଆଣିବା ସହ ତାଙ୍କଠାରୁ ୧୫କୋଟିର କ୍ଷତିପୂରଣ ଦାବି କରିଛନ୍ତି । ଏହାର ଶୁଣାଣି ସେପ୍ଟେମ୍ବର ୭ ରେ ଥିଲା କିନ୍ତୁ ପୁଣି ଏହି ଶୁଣାଣିକୁ  ଅକ୍ଟୋବର ୧୪ ରେ ହୋଇପାରେ ବୋଲି ଜଣାପଡ଼ିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ