ସାନଖେମୁଣ୍ଡି କଂଗ୍ରେସ ବିଧାୟକ ରମେଶ ଜେନାଙ୍କ ମା ଙ୍କ ମୃତ୍ୟୁ

ବ୍ରହ୍ମପୁର,(ରାଜେଶ କୁମାର ପଟ୍ଟନାୟକ): ସାନଖେମୁଣ୍ଡି କଂଗ୍ରେସ ବିଧାୟକ ରମେଶ ଜେନାଙ୍କ ମା ଅପସରି ଜେନାଙ୍କ ଆଜି ସକାଳେ ମୃତ୍ୟୁ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା । ବିଲ ସାହି ଘରେ ତାଙ୍କର ମୃତ୍ୟୁ ଘଟିଛି । ତେବେ ରମେଶ ଜେନାକୁ ଵ୍ରହ୍ମପୁର ସହର ମଧ୍ୟରେ ପ୍ରବେଶ ପାଇଁ କୋର୍ଟ ଦୀର୍ଘ ବର୍ଷ ଧରି କଟକଣା ରଖିଛନ୍ତି । କୋର୍ଟଙ୍କ ବିନା ଅନୁମତିରେ ସେ ସହର ମଧ୍ୟରେ ପ୍ରଵେଶ କରି ପାରିବେ ନାହିଁ । ଏହାକୁ ଆଧାର କରି ତାଙ୍କ ଓକିଲ କିଶୋର ବିଶୋଇ, ନିର୍ମଳ ସାହୁ ଏବଂ ସରୋଜ ଗୌଡ଼ ଜିଲ୍ଲା କୋର୍ଟରୁ ଅନୁମତି ଆଣିବା ବର୍ତ୍ତମାନ କୋର୍ଟ ରେ ପହଞ୍ଚିଛନ୍ତି । କୋର୍ଟଙ୍କ ଆଦେଶ ମିଳିବା ସଙ୍ଗେ ସଙ୍ଗେ ବିଧାୟକ ରମେଶ ଜେନା ଵ୍ରହ୍ମପୁର ସହର ସ୍ଥିତ ବିଲ ସାହି ବାସ ଭବନରେ ପହଞ୍ଚିବେ ବୋଲି ଜଣାପଡିଛି । ତେବେ ରମେଶଙ୍କ ଓକିଲ କେତେଦିନ ପାଇଁ ଆବେଦନ କରିବେ ଏବଂ କୋର୍ଟ କେତେ ଦିନ ପାଇଁ ଅନୁମତି ଦେବେ ତାହା କିଛି ସମୟ ପରେ ଜଣାପଡିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ