୩ ବର୍ଷ ଧରି ଦୌଡ଼ୁଥିଲେ; ୩ ମାସରେ ସଫଳ

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲା ଖଜୁରିପଡ଼ା ବ୍ଳକ ଅନ୍ତର୍ଗତ ବଲସକୁମ୍ଫା ଅଞ୍ଚଳର ଯୋଗ୍ୟ ହିତାଧିକାର ସଦାନନ୍ଦ ବେହେରା ଗତ କିଛିବର୍ଷ ତଳେ ତାଙ୍କ ରାସନକାର୍ଡ଼ ହୋଇଥିଲେ ମଧ୍ୟ ଗତ ୩ ବର୍ଷ ହେଲା କେତେକ କାରଣ ଯୋଗୁଁ ଉକ୍ତ ରାସନକାର୍ଡ଼ରେ ସେ ଆଉ କୌଣସି ସରକାରୀ ସୁବିଧା ପାଉନଥିଲେ। ତେବେ ଏନେଇ ସେ ଗତ ୩ ବର୍ଷ ମଧ୍ୟରେ ପ୍ରାୟ ଶତାଧିକ ଥର ବ୍ଳକ କାର୍ଯ୍ୟାଳୟ ସହିତ ଖଜୁରିପଡ଼ା ଯୋଗାଣ ବିଭାଗ ପାଖରେ ପହଞ୍ଚି ତାଙ୍କ ଅଭିଯୋଗ ଜଣାଇଥିଲେ ମଧ୍ୟ ତାହା ସମାଧାନ ହୋଇ ପାରିନଥିଲା। ତେବେ ଏ ସଂପର୍କରେ  ବିଭିନ୍ନ ଗଣମାଧ୍ୟମରେ ଲଗାତାର ଖବର ପ୍ରକାଶ ପରେ ବାଧ୍ୟ ହୋଇ ଖଜୁରିପଡ଼ା ବ୍ଳକ ଯୋଗାଣ ବିଭାଗ ଏହାକୁ ଗୁରୁତ୍ୱର ସହିତ ଗ୍ରହଣ କରି ଗତ ୨ ମାସ ତଳେ ରାତାରାତି ସଦାନନ୍ଦଙ୍କ ପାଖରେ ପହଞ୍ଚି ତାଙ୍କ ଠାରୁ ସମସ୍ତ କାଗଜପତ୍ର ସଂଗ୍ରହ କରିଥିଲେ। ଏହାସହିତ ରାସନକାର୍ଡ଼ କରିବା ସହିତ ସଦାନନ୍ଦଙ୍କ ଦାବି ପ୍ରକାରେ ବିଭାଗ ପକ୍ଷରୁ ତଦନ୍ତ କରାଯାଇ ଉକ୍ତ ରାସନକାର୍ଡ଼ରେ ମାଆ ଦୁର୍ମିଲା ବେହେରା (୬୦)ଙ୍କ ସମେତ ସଦାନନ୍ଦ ତାଙ୍କର ସ୍ତ୍ରୀ ମିତା ବେହେରା, ୫ ବର୍ଷର ଏକ ଝିଅକୁ ମଧ୍ୟ ସାମିଲ୍‍ କରାଯାଇଛି। ପରିବାରର ସମସ୍ତ ୪ ଜଣଙ୍କ ନାମ ରାସନକାର୍ଡ଼ରେ ମଧ୍ୟ ଉଲ୍ଲେଖ କରାଯାଇଥିଲା। ସେହିସମୟରେ ଉକ୍ତ ରାସନକାର୍ଡ଼ର ନକଲ ବ୍ଳକ ପକ୍ଷରୁ ମଧ୍ୟ ପ୍ରଦାନ କରାଯାଇଥିଲା। ଶୁକ୍ରବାର  ଉକ୍ତ ରାସନକାର୍ଡ଼ ବାବଦରେ ହିତାଧିକାରୀ ସେପ୍ଟେମ୍ବର ଓ ଅକ୍ଟୋବର ୨ ମାସର ୪୦ କେଜି ଚାଉଳ ପଂଚାୟତରୁ ଗ୍ରହଣ କରିଛନ୍ତି। ଅନ୍ୟପକ୍ଷରେ ଆଗାମି ମାସରେ ଯେଭଳି ଅନ୍ୟ ହିତାଧିକାରୀ ମାନେ ପାଉଛନ୍ତି ଠିକ୍‍ ସେହିଭଳି ସଦାନନ୍ଦଙ୍କୁ ମଧ୍ୟ ଯୋଗାଇ ଦିଆଯିବ ବୋଲି ପଂଚାୟତ ପକ୍ଷରୁ କହାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ