ପୌର ପ୍ରଶାସନ ଓ ଜମି ମାଫିଆ ଙ୍କ ମଧୁ ଚନ୍ଦ୍ରିକା
ଚୌଦ୍ୱାର,(ଦୀପକ୍ କୁମାର ବେଉରା): ସରକାରୀ ଜମି ବିକ୍ରୀ କରି କୋଟି କୋଟି ଟଙ୍କା ମୁନାଫା କମାଇଥିବା ମାଫିଆ ମାନଙ୍କ ହାତ ବାରିଶି ସାଜୁଛି ପ୍ରଶାସନ । ସରକାରୀ ଜମିକୁ ଲୋକଙ୍କୁ ବିକିବା ପରେ ସେହି ପ୍ଲଟ ଗୁଡିକୁ ରାସ୍ତା ଦେବାପାଇଁ ଏବେ ସରକାରୀ କଳକୁ ଆୟୁଧ କରାଯାଉଥିବାର ଅଭିଯୋଗ କରି ପୌର ଅଧିକାରୀଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି ।ଜୟ ଜଗନ୍ନାଥ କ୍ଲବ, ସ୍ମଶାନ କାଳୀ ମନ୍ଦିର ଓ ସ୍ୱାମୀ ବିବେକାନନ୍ଦ ସୋସିଆଲ ଡେଭେଳାପମେଣ୍ଟ ପକ୍ଷରୁ ଏହି ସ୍ମାରକପତ୍ର ପୋୖରାଧିକାରୀ ପବିତ୍ର କୁମାର ବେହେରା ଙ୍କୁ ପ୍ରଦାନ କରାଯାଇଛି ।ସେମାନଙ୍କ ଅଭିଯୋଗ ଅନୁସାରେ ଟାଙ୍ଗୀ-ଚୌଦ୍ୱାର ତହସିଲ ର କେଦାରେଶ୍ୱର ମୌଜା ରେ ଥିବା ସରକାରୀ ଜମିରେ ଅଭିଯୋଗକାରୀମାନେ ନିଜସ୍ୱ ଉଦ୍ୟମରେ ଅନେକ ପ୍ରକାର ବୃକ୍ଷ ରୋପଣ ଅନେକ ଦିନ ଧରି କରିଆସୁଛନ୍ତି । ଏହି ମୌଜା ରେ ପୌରପାଳିକା ପକ୍ଷରୁ ଏକ ସୁକ୍ଷ୍ମ ବର୍ଜ୍ୟବସ୍ତୁ ପରିଚାଳନା ପ୍ରକଳ୍ପ କରାଯାଇଛି । ଏହି ପ୍ରକଳ୍ପକୁ ସିଧାସଳଖ କଂକ୍ରିଟ ରାସ୍ତା ରହିଛି ।ହେଲେ ଏବେ ସରକାରୀ ଅର୍ଥ ର ଅପବ୍ୟୟ କରି ପୁଣି ଏହି ପ୍ରକଳ୍ପ କୁ କଂକ୍ରିଟ ରାସ୍ତା ନିର୍ମାଣ କରଯାଉଛି କାହା ସ୍ୱାର୍ଥ ରେ ? ଏହି ମୌଜାରେ ମାଫିଆ ମାନଙ୍କ ଠୁ ସରକାରୀ ଜମି କିଣିଥିବା ଲୋକଙ୍କୁ ସିଧାସଳଖ ରାସ୍ତା ଦେବାପାଇଁ ପୌରପାଳିକା କୁ ମାଧ୍ୟମ କରାଯାଉଥିବା ସେମାନେ କହିଛନ୍ତି ।ଘଟଣାର ତଦନ୍ତ କରି ସରକାରୀ ଅର୍ଥ ର ଅପବ୍ୟୟ କୁ ରୋକିବା ପାଇଁ ସେମାନେ ଦାବି କରିଛନ୍ତି ।ଏହି ପ୍ରତିନିଧି ମଣ୍ଡଳୀରେ ମନୋରଞ୍ଜନ ସାହୁ, ହରିହର ବେଉରା, ଅକ୍ଷୟ ଭୂୟାଁ, ଜୟ ସିଂ, ଲଷ୍ମୀଧର ଖୁଣ୍ଟିଆ, ଅଶୋକ ବରାଳ, ପବିତ୍ର ମଙ୍ଗରାଜ, କମଳ ମହାନ୍ତି, ରାଜୀବ ମହାନ୍ତି, ପ୍ରଭାକର ସ୍ୱାଇଁ, ଶ୍ରୀକାନ୍ତ ପାକଳ, ସୌରଭ ଦାସ, ଦୀପକ ସାମନ୍ତ ରାୟ, ଓଁମ ପ୍ରକାଶ ସାହୁ ପ୍ରମୁଖ ସାମିଲ ହୋଇଥିଲେ ।


