ମହିଳାଙ୍କୁ ଅସଦାଚରଣ ଓ ଆକ୍ରମଣ କରି ଦୁଇ ଭାଇ ଗିରଫ
ସନଖେମୁଣ୍ଡି,(ପଦ୍ମଲୋଚନ ପାଣିଗ୍ରାହୀ): ପାଟପୁର ଥାନା ଚୁଡ଼ଙ୍ଗପୁର ପଞ୍ଚାୟତ ଚିନ୍ତାଖାଳି ଗ୍ରାମର ଶୁକ୍ରବାର ରାତିରେ ସନ୍ତୋଷ ନାଇକଙ୍କ ସ୍ତ୍ରୀ ଙ୍କୁ ଅସଦାଚରଣ ଓ ଆକ୍ରମଣ କରିଥିଲେ l ସନ୍ତୋଷ ନାଇକଙ୍କ ଏତଲାକୁ ଭିତ୍ତି କରି ପୋଲିସ ନଂ ୨୨୫/୨୦ ରେ ମାମଲା ରୁଜୁ କରି ଚିନ୍ତାଖାଳି ଗ୍ରାମର ମିଟୁ ନାଇକ ଓ ଟୁନା ନାଇକ କୁ ଶନିବାର କୋର୍ଟ ଚାଲାଣ କରିଛି l ଶୁକ୍ରବାର ରାତିରେ ସନ୍ତୋଷ ନାଇକ ଙ୍କ ସ୍ତ୍ରୀ ଘର ଦାଣ୍ଡରେ ଥିବା ବେଳେ ମିଟୁ ଓ ଟୁନା ନାଇକ ମିଶି ସନ୍ତୋଷ ନାଇକ ଓ ତାଙ୍କ ସ୍ତ୍ରୀଙ୍କୁ ଅସଦାଚରଣ କରିବା ସହ ଆକ୍ରମଣ କରିଥିଲେ l