ସେଣ୍ଟ ଜାଭିୟର ହାଇସ୍କୁଲରେ ଆମ ଓଡିଶାର ରକ୍ତଦାନ ଶିବିର

ହାଟଡ଼ିହି ,(ଯୁଗାବ୍ଦ ନ୍ୟୁଜ) : ହାଟଡିହି ବ୍ଳକ ଚଣ୍ଡୀବିରଞ୍ଚିପୁରରେ ଥିବା ସେଣ୍ଟ ଜାଭିୟର ହାଇସ୍କୁଲରେ ଆମ ଓଡିଶା ପକ୍ଷରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଉଦୟନାଥ କରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଘାଟନ ଉତ୍ସବରେ ହାଟଡିହି ବ୍ଲକର ବିଡିଓ ସୁଶାନ୍ତ କୁମାର ବାରିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ଶିବିରକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରି ରକ୍ତର ବିକଳ୍ପ ନଥିବାରୁ ଆଜିର ଯୁବସମାଜ ରକ୍ତଦାନ ପାଇଁ ଆଗେଇ ଆସିବାକୁ ଆହ୍ୱାନ ଦେଇଥିଲେ । ଚଣ୍ଡୀ ବିରଞ୍ଚିପୁରର ସେଣ୍ଟ ଜାଭିୟର ହାଇସ୍କୁଲ ପ୍ରତିଷ୍ଠା ଦିନଠାରୁ ପ୍ରତିବର୍ଷ ଶିବିର ଆୟୋଜନ କରୁଥିବାରୁ ତାହାର କର୍ମକର୍ତ୍ତାଙ୍କୁ ଅଭିନନ୍ଦନ ଜଣାଇଥିଲେ । ଏହି ଉଦଘାଟନ ଉତ୍ସବରେ ଡାକ୍ତର ବେଞ୍ଜାମିନି ସିରିକା, ସେଣ୍ଟ ଜାଭିୟର ହାଇସ୍କୁଲର ସଭାପତି ଉଦୟନାଥ କର, ସାମ୍ବାଦିକ କିଶୋର ଆଚାର୍ଯ୍ୟ, ସର୍ବାଧିକ ରକ୍ତଦାନ କରିଥିବା ଶରତ କୁମାର ପାତ୍ର, ଆମ ପୁଲିସ ସମିତିର ସଦସ୍ୟ ସୁଧାଶୁଂ ଦକ୍ଷିଣରାୟ, ସାମ୍ବାଦିକ ଗୋପାଳ କୃଷ୍ଣ ରାଉତ ପ୍ରମୁଖ ଯୋଗଦେଇ ରକ୍ତଦାନର ମହତ୍ୱ ସମ୍ପର୍କରେ ଆଲୋକପାତ କରିବା ସହିତ ଏହାଦ୍ୱାରା ଆମେ ଅନ୍ୟର ଜୀବନ ବଞ୍ଚାଇ ନିଜର ମଣିଷ ଜନ୍ମକୁ ସାର୍ଥକ କରିବାକୁ ସଙ୍କଳ୍ପବଦ୍ଧ ହେବାପାଇଁ କହିଥିଲେ । ଆନନ୍ଦପୁର ରକ୍ତଭଣ୍ଡାରର ଡାକ୍ତର ବେଞ୍ଜାମିନ ସିରକା, ଏଲଟି ଦେବରାଜ ସାହୁ, ସୁଦର୍ଶନ ବେହେରା,ଷ୍ଟାଫ ନର୍ସ ମମତା ଜେନା, ଅଶୋକ ସୁର, ଆଟେଣ୍ଡାଣ୍ଟ ପୁର୍ଣ୍ଣଚନ୍ଦ୍ର ମାଝୀ ଓ ନୀଳମାଧବ ମୁଖୀ ଯୋଗଦେଇ ରକ୍ତଦାତାଙ୍କ ଠାରୁ ରକ୍ତ ସଂଗ୍ରହ କରିଥିଲେ । ସାମ୍ବାଦିକ ବିକାଶ କୁମାର ବିଶ୍ୱାଳ, ସେଣ୍ଟ ଜାଭିୟର ହାଇସ୍କୁଲର ଉପାଧ୍ୟକ୍ଷ ଗୋଲେଖ ବିହାରୀ ସାହୁ, ଶିକ୍ଷକ ଚିତ୍ତରଞ୍ଜନ ନାୟକ, ବାବୁରାମ ମାଝୀ, ନିରଞ୍ଜନ ସାହୁ, ବିନୟ କୁମାର ନାୟକ, ସୁଦୀପ୍ତ କୁମାର ଦାସ, ପ୍ରଦିପ କୁମାର ଜେନା, ଦୟାନିଧି ଚିନରା, ରାଜେଶ ବେହେରା, ପାର୍ଥସାରଥି ଜେନା, ପ୍ରଶାନ୍ତ କୁମାର ଦାସ, ହିମାଶୁଂ ରଞ୍ଜନ ବାରିକ, ବିଜୟ କୁମାର ପହି, ବ୍ରହ୍ମାନନ୍ଦ ମଲ୍ଲିକ,ତନୁଶ୍ରୀ ତନୟା ପହି, ଦିପାରାଣୀ ଜେନା, ମମତା ବେହେରା, ଶାଶ୍ୱତୀ ପଳତା, ସୁଚିତ୍ରା ଦାସ, ସୁଚିସ୍ମିତା ବାରିକ, ପ୍ରତ୍ୟୁଷ୍ନା ସାହୁ, ସୌମ୍ୟାରାଣୀ ଜେନା, ସତ୍ୟଲକ୍ଷ୍ମୀ ଜେନା, ସହକର୍ମୀ ଗଦାଧର ଜେନା, ମଞ୍ଜୁଲତା ଖୁଣ୍ଟିଆ ପ୍ରମୁଖ ଶିବିର ପରିଚାଳନା କରିଥିଲେ । ରକ୍ତଦାତା ଜୀବନଦାତା- ସୁଶାନ୍ତ କୁମାର ବାରିକ, ସୁଶିଲ କୁମାର ସେଠ, ରମାକାନ୍ତ ବେହେରା, ଆକାଶ କୁମାର ସାହୁ, ପାର୍ଥ ସାରଥି ଜେନା, ସୌମ୍ୟ ରଞ୍ଜନ ପଲେଇ, ରଶ୍ମୀରେଖା ସାମଲ, ମନମୋହନ ରାଉତ, ଶଶିକାନ୍ତ ସଝା, ମନୋଜ କୁମାର ସା, ଧୃବ ଚନ୍ଦ୍ର ଜେନା, ଶରତ ପାତ୍ର, ସୁଧାଶୁଂ ଦକ୍ଷିଣରାୟ, ଜ୍ୟୋତିରଞ୍ଜନ ଜେନା, ସୌମ୍ୟାରାଣୀ ଜେନା, ସୁଦୀପ କୁମାର ଦାସ, ୁଦୟନାଥ କର, ମାନସ କୁମାର ଦାସ, ଶଶ୍ମିତା ପାତ୍ର, ପ୍ରଦୀପ କୁମାର ଜେନା, ସନ୍ଧ୍ୟାରାଣୀ ପାତ୍ର, ସୌମ୍ୟ ପଣ୍ଡା, ବିଜୟ କୁମାର ପହି, ରଶ୍ମିରେଖା ଦକ୍ଷିଣ ରାୟ, ଆଶୁତୋଷ ପହି, ମଳୟ କୁମାର ପାତ୍ର, ଦେବେନ୍ଦ୍ର କୁମାର ପହି, ପ୍ରଭାତ ରଞ୍ଜନ ବେହେରା ପ୍ରମୁଖ ରକ୍ତଦାତାମାନେ ରକ୍ତଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ