ଆଧାର କାର୍ଡ ,କୁ ନେଇ ଉପୁଜିଛି ବିବାଦ

କୋଣାର୍କ,(ଗଣେଶ ଚନ୍ଦ୍ର ବେହେରା): ଆଧାର କାର୍ଡ କୁ ନେଇ ଉପୁଜିଛି ଦ୍ଵନ୍ଦ । ପୁରୀ ଜିଲ୍ଲା ଗୋପ ବ୍ଲକ ସିମିଳି ପଞ୍ଚାୟତ ରେ ଦେଖିବାକୁ ମିଳିଛି ଏପରି ଏକ ଘଟଣା, ଯେଉଁଠି ଆଧାର କାର୍ଡ ର ହିତାଧିକାରୀ ଦୁଇ ଜଣ, ମାତ୍ର ଉଭୟଙ୍କ ଆଧାର ନମ୍ବର ଗୋଟିଏ । ସିମିଳି ପଞ୍ଚାୟତ ର ଗୋଟିଏ ପରିବାରର ଦୁଇ ଜଣ ସଦସ୍ୟ ଙ୍କ ଆଧାର କାର୍ଡ ତ୍ରୁଟି ଯୋଗୁଁ ଉପୁଜିଛି ବିବାଦ । ଉକ୍ତ ପରିବାର ର ଉଭୟ ଦୁଇ ଜଣ ମହିଳା ସଦସ୍ୟ ସସ୍ମିତା କାଣ୍ଡି ଓ ସୁଦେସ୍ନା କାଣ୍ଡି ଙ୍କ ଆଧାର କାର୍ଡ ଦୁଇଟି ମାତ୍ର ଉଭୟଙ୍କ କାର୍ଡ ର ନମ୍ବର ସମାନ ରହିଛି । ଏଥିସହ ଉଭୟଙ୍କ କାର୍ଡ ର ଫିଙ୍ଗର ପ୍ରିଣ୍ଟ ମଧ୍ୟ ଗୋଟିଏ ଦର୍ଶାଉଛି । ଆଧାର କାର୍ଡ ରେ ଏପରି ତ୍ରୁଟି ପାଇଁ ଆରମ୍ଭ ହୋଇଛି ବିବାଦ । ଅନେକ ପ୍ରୟାସ କରି ବାରମ୍ବାର ଭିନ୍ନ ଭିନ୍ନ ସ୍ଥାନରେ ଉଭୟ ନିଜ ନିଜର ଆଧାର କାର୍ଡ ସଂଶୋଧନ କରିଥିଲେ ମଧ୍ୟ ପ୍ରତିଥର ଉଭୟଙ୍କ କାର୍ଡ ର ନମ୍ବର ସମାନ ଆସିବା ସହ ଫିଙ୍ଗର ପ୍ରିଣ୍ଟ ରେ ମଧ୍ୟ କୌଣସି ପରିବର୍ତ୍ତନ ହୋଇନଥିଲା । ଫଳରେ ଉଭୟ ଏହି ତ୍ରୁଟି ଯୋଗୁଁ ଅନେକ ସରକାରୀ ସହାୟତା ରୁ ବଞ୍ଚିତ ହେବା ସହ ନିଜ ନିଜର କୌଣସି ପ୍ରକାର ଜରୁରୀ କାଳୀନ କାର୍ଯ୍ୟ କରିପାରୁ ନାହାନ୍ତି । ଏହି ତ୍ରୁଟି ପାଇଁ ଅନେକ ଥର ଉଭୟ ଉପରସ୍ଥ ଅଧିକାରୀ ଙ୍କୁ ଅବଗତ କରାଇଥିଲେ ମଧ୍ୟ ସେମାନଙ୍କୁ ଏବେ ଯାଏଁ କୌଣସି ପ୍ରକାର ସାହାଯ୍ୟ ସହଯୋଗ ମିଳିପାରି ନାହିଁ । ଯେଉଁଥି ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସେମାନଙ୍କ ପୂର୍ଣ୍ଣ ହୋଇପାରୁନାହିଁ । ବାରମ୍ବାର ଆଧାର ତ୍ରୁଟି ସଂଶୋଧନ କରିବା ର ପ୍ରୟାସ ରେ ଉଭୟ 7ରୁ ଉର୍ଦ୍ଧ୍ବ କାର୍ଡ ପାଇ ସାରିଥିଲେ ମଧ୍ୟ ସେମାନଙ୍କ ଅସୁବିଧା ଏବେ ମଧ୍ୟ ତୁଟି ନାହିଁ । ପରିଶେଷରେ ଉଭୟଙ୍କ ପାଖକୁ ସରକାର ଙ୍କ ପକ୍ଷରୁ ନୋଟିସ ଜାରି କରାଯାଇଛି । ଅନେକ ଚେଷ୍ଟା ପରେ ମଧ୍ୟ ନିଜର ତ୍ରୁଟି ସଂଶୋଧନ ହୋଇନଥିବା ଓ ବର୍ତ୍ତମାନର ନୋଟିସ ପାଇବା ପରେ ଚିନ୍ତାରେ ପଡିଯାଇଛନ୍ତି ଉଭୟ ମହିଳା । କିଭଳି ନିଜର ତ୍ରୁଟି ସଂଶୋଧନ ହେବ ଏବଂ ସେମାନେ ନୂଆ ଆଧାର କାର୍ଡ ପାଇ ପାରିବେ ତାହାକୁ ନେଇ ସରକାର ଙ୍କୁ ଗୁହାରି କରିଛନ୍ତି ଉଭୟ ମହିଳା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ