କୋଣାର୍କରେ ତ୍ରିରଙ୍ଗା ଶୋଭାଯାତ୍ରା

କୋଣାର୍କ (ଓ୍ବାଇଏନଏସ) : ଆସନ୍ତା ଅଗଷ୍ଟ ୧୫ ତାରିଖରେ ଦେଶ ପାଳନ କରିବାକୁ ଯାଉଛି ୮୦ତମ ସ୍ୱାଧୀନତା ଦିବସ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନକ୍ରମେ ସାରା ଦେଶ ସମେତ ଓଡ଼ିଶାରେ ମଧ୍ୟ ‘ହର ଘର ତ୍ରିରଙ୍ଗା’ କାର୍ଯ୍ୟକ୍ରମ ପାଳନ କରାଯାଉଛି। ଏହି ଅବସରରେ କୋଣାର୍କରେ ବିଜେପି ପକ୍ଷରୁ ଏକ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ଆୟୋଜିତ ହୋଇଯାଇଛି। କୋଣାର୍କ ବିଜେପି ମଣ୍ଡଳ ସଭାପତି ଗୋପୀନାଥ ସ୍ୱାଇଁଙ୍କ ନେତୃତ୍ୱରେ ବୁଧବାର ଅପରାହ୍ନରେ ଏହି ଶୋଭାଯାତ୍ରା ଜୁଣେଇ ଛକରୁ ଆରମ୍ଭ ହୋଇଥିଲା। ଶୋଭାଯାତ୍ରାଟି କୋଣାର୍କ ବଜାର, ରାଉଳପାଟଣା, ବସଷ୍ଟାଣ୍ଡ ଆଦି ପ୍ରମୁଖ ଅଞ୍ଚଳ ପରିକ୍ରମା କରି ବିଜେପି କାର୍ଯ୍ୟାଳୟ ନିକଟରେ ସମାପ୍ତ ହୋଇଥିଲା। ଶୋଭାଯାତ୍ରାରେ ଶତାଧିକ ବିଜେପି କର୍ମୀ ଓ ସମର୍ଥକ ହାତରେ ତ୍ରିରଙ୍ଗା ଧରି ଦେଶପ୍ରେମର ଭାବନା ପ୍ରକାଶ କରିବା ସହ ଦେଶାତ୍ମବୋଧକ ବାର୍ତ୍ତା ପ୍ରଚାର କରିଥିଲେ। ତ୍ରିରଙ୍ଗାର ଗୌରବ ଓ ସ୍ୱାଧୀନତା ସଂଗ୍ରାମୀଙ୍କ ତ୍ୟାଗକୁ ସ୍ମରଣ କରି ଅଂଶଗ୍ରହଣକାରୀମାନେ ଦେଶର ଏକତା ଓ ଅଖଣ୍ଡତାର ବାର୍ତ୍ତା ଦେଇଥିଲେ। ଏହି ଶୋଭାଯାତ୍ରାରେ ସାଂସଦ ପ୍ରତିନିଧି ମଙ୍ଗରାଜ ମୁଦୁଲି, ମଣ୍ଡଳ ସମ୍ପାଦକ ନୃସିଂହ ଚରଣ ନାୟକ,ମଣ୍ଡଳ ପ୍ରତିନିଧି ମନୋଜ କୁମାର ନାୟକ , ଯୁବ ନେତା ସୌମ୍ୟ ସୌରଭ ଦାଶ, ରଞ୍ଜିତ ରାଉତରାୟ, ପ୍ରଦୀପ ଛାଟୋଇ , ଆଲୋକ ପଣ୍ଡା , ଦିଲ୍ଲୀପ ଦାସ, ଚନ୍ଦ୍ରିକା ସ୍ୱାଇଁ ଙ୍କ ସମେତ ବହୁ ଦଳୀୟ କର୍ମକର୍ତ୍ତା ଓ କର୍ମୀ ଯୋଗଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ