୫୭ ତମ ସ୍ୱାୟତ ଶାସନ ଦିବସ ପାଳିତ
ଛତ୍ରପୁର ,(ଯୁଗାବ୍ଦ ନୁ୍ୟଜ୍) : ସ୍ୱାୟତ ଶାସନ ଦିବସ ଅବସରରେ ଆଜି ଛତ୍ରପୁର ବି ।ପିତ ଅଂଚଳ ପରିଷଦ କାର୍ଯ୍ୟାଳୟ ପରିସରରେ କାର୍ଯ୍ୟନିର୍ବାହୀ ଅଧିକାରୀ ଗିରିଦାଶଙ୍କର ମଲ୍ଲିକଙ୍କ ଅଧକ୍ଷତାରେ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଡିଆରଡିଏ ପିଡି ଇଂ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଯୋଗଦେଇ ଜାତୀୟ ପତାକା ଉତୋଳନ କରିବା ସହ ସ୍ୱାୟତ ଶାସନ ଦିବସ ଉପରେ ବକ୍ତବ୍ୟ ଦେଇଥିଲେ ।ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ସାଂସଦ ପ୍ରତିନିଧି ଓ ପୂର୍ବତନ କାଉନସିଲର କିଶୋର ଚନ୍ଦ୍ର ସେନାପତି ,କେ ରମେଶଙ୍କ ସମେତ ବହୁ ଜନସାଧାରଣ ଏବଂ କର୍ମଚାରୀ ମାନେ ଉପସ୍ଥିତ ଥିଲେ । ଏହି ଅବସରରେ ବିଭିନ୍ନ ସ୍କୁଲର ଅନୁÂିତ ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀ ମାନଙ୍କୁ ମୁଖ୍ୟ ଅତିଥି ପୁରସ୍କାର ବଣ୍ଟନ କରିଥିଲେ ।