ରାଇରଙ୍ଗପୁରରେ ଭୋଟର ସଂଶୋଧନ କାର୍ଯ୍ୟକ୍ରମ ଉଦଘାଟିତ
ରାଇରଙ୍ଗପୁର, (ଯୁଗାବ୍ଦ ନୁ୍ୟଜ) : ମୟୁରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରସ୍ଥ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ତହସିଲଦାର ଯୋଗରଂଜନ ନାୟକଙ୍କ ଦ୍ୱାରା ଭୋଟର ସଂଶୋଧନ କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି । ୨୦୧୯ ଭାରତ ନିର୍ବାଚନ ଆୟୋଗ ନିର୍ଦେଶକ୍ରମେ ସାରା ଭାରତରେ ଭୋଟ ଯାଞ୍ଚ ଓ ସଂଶୋଧନ କାର୍ଯ୍ୟକ୍ରମ ସେପ୍ଟେମ୍ବର ୧ରୁ ଅକୋଟ୍ବର ୧୫ ପର୍ଯ୍ୟନ୍ତ ଚାଲୁ କରିବା ପାଇଁ ଅନୁମତି ପ୍ରଦାନ କରିଛନ୍ତି । ସମସ୍ତ ଭୋଟର ଭାଇ ଭଉଣୀମାନେ ନିଜର ଭୋଟର ସବିଶେଷ ତଥ୍ୟ ଯାଞ୍ଚ କରି ସଂଶୋଧନ କରିପାରିବେ । କାର୍ଯ୍ୟକ୍ରମ ତହସିଲଦାର ଯୋଗରଂଜନ ନାୟକ, ସହକାରୀ ଜିଲ୍ଲାପାଳ ଧର୍ମେନ୍ଦ୍ର ଶତପଥୀ,ନିର୍ବାଚନ ସଂଶୋଧନ ଦାୟିତ୍ବରେ ଥିବା ବିଭାଗୀୟ ଅଧିକାରୀ ପ୍ରସାଦ ବେହେରା ,ଭୋଟର ଭାଇଭଉଣୀ ସାମ୍ବାଦିକ ଅକ୍ଷୟ ବିଶ୍ବାଳ ପ୍ରମୁଖ ଉପସ୍ଥିତ ଥିଲେ । ଭୋଟର ଭାଇ ଭଉଣୀ ଏହି ସହାୟତା କେନ୍ଦ୍ରରେ ନିଜର ନାମ,ଲିଙ୍ଗ,ଜନ୍ମ ତାରିଖ,ଫଟୋ,ଠିକଣା ଠିକ୍ ତଥ୍ୟ ଦେଇ ସଂଶୋଧନ କରିବାର ସୁଯୋଗ ନେବା ପାଇଁ ବିଭାଗୀୟ କତୃପକ୍ଷ ଜଣାଇଛନ୍ତି ।