ସିପିଆଇ(ଏମ୍) ବନ୍ତ ଆଞ୍ଚଳିକ କମିଟି ପକ୍ଷରୁ ବିକ୍ଷୋଭ ଓ ପ୍ରତିବାଦ
ବନ୍ତ,(ଚାନ୍ଦିନୀ ମହାନ୍ତି) : ଆଜି ସିପିଆଇ(ଏମ୍) ବନ୍ତ ଆଞ୍ଚଳିକ କମିଟି ପକ୍ଷରୁ ବନ୍ତସ୍ଥିତ କେନ୍ଦୁଆପଦା ଛକ ଓ ଆଗରପଡାସ୍ଥିତ କୁପାରୀ ଛକ ଠାରେ ବିକ୍ଷୋଭ ଓ ସଂଗ୍ରାମ ସହ ଶାନ୍ତିପୂର୍ଣ୍ଣ ପ୍ରତିବାଦ ଅନୁଷ୍ଠିତ ହୋଇଯାଇଛି । ସାଥୀ ସମର୍ଥକ ମାନେ ହାତରେ ବ୍ୟାନର ଧରି କେନ୍ଦ୍ର ବିରୋଧୀ ସ୍ଲୋଗାନ ଦେଇ ପ୍ରତିବାଦ କରିଥିଲେ । ସୀତାରାମ ୟେଚ୍ୟୁରୀ ଓ ଶିକ୍ଷାବିତ୍ ମାନଙ୍କ ଉପରେ ମିଥ୍ୟା ମକଦ୍ଦମା କରିବା, ଗଣତନ୍ତ୍ରର କଣ୍ଠରୋଧ କରିବା, ବିଜେପି ନେତା, ମନ୍ତ୍ରୀ, ବିଧାୟକ ମାନଙ୍କୁ ଗିରଫ କରିବା, କୋଭିଡ୍-୧୯ ମହାମାରୀ ନାମରେ ଦେଶ ସାରା ଲକ୍ ଡାଉନ୍, ସଟ୍ ଡାଉନ୍ କରି ଜୀବନ ଜୀବିକାକୁ ବୁଡାଇ ଦେବା, ଅହେତୁକ ଟିକସ ଭାର ଗରିବଙ୍କ ମୁଣ୍ଡରେ ଲଦି ଦେବା, ମହାମାରୀର ଫାଇଦା ଉଠେଇ ଶ୍ରମିକ ଜାତି ଠାରୁ ଆରମ୍ଭ କରି ସବୁ ସାଧାରଣ ବର୍ଗଙ୍କୁ ଶୋଷଣ କରିବା, ଦେଶର ପ୍ରଚଳିତ ଶିକ୍ଷାନୀତିକୁ ବଦଳାଇ ଘରୋଇ ସଂସ୍ଥାକୁ ଟେକି ଦେବା, ଖଣି ଖାଦାନ, ବାଗାନ, ରେଳ, ତାର, ହାୱାଇ ଜାହାଜର ମାଲିକାନାକୁ ଆଦାନୀ, ଅମ୍ବାନୀଙ୍କ ଭଳି ଟିକସ ଫାଙ୍କୁ ଥିବା କଳା ବଜାରୀଙ୍କ ହାତରେ ଟେକି ଦେବା, ବିଶେଷ ଭାବେ କମ୍ୟୁନିଷ୍ଟ ମାନଙ୍କ ଉପରେ ଆକ୍ରମଣ କରିବା ସହ କମ୍ୟୁନିଷ୍ଟ ମାନଙ୍କୁ ଦେଶଦ୍ରୋହୀ ଆଖ୍ୟା ଦେଉଥିବା ବିଜେପି ସରକାର ବିରୁଦ୍ଧରେ ସିପିଆଇ(ଏମ୍) ବନ୍ତ ଆଞ୍ଚଳିକ କମିଟିର ବିକ୍ଷୋଭ ଓ ସଂଗ୍ରାମ ସହ ଶାନ୍ତିପୂର୍ଣ୍ଣ ପ୍ରତିବାଦ ଅନୁଷ୍ଠିତ ହୋଇଥିଲା । ବନ୍ତ ବଜାର କେନ୍ଦୁଆପଦା ଛକ ଠାରେ ଅନୁଷ୍ଠିତ ପ୍ରତିବାଦ ସଭାରେ ସିପିଏମ୍ ବନ୍ତ ଲୋକାଲ କମିଟି ସେକ୍ରେଟେରୀ ସାଥୀ ରବିନ୍ଦ୍ର ନାୟକ ସଭାପତିତ୍ୱ କରିଥିଲେ । ଏଥିରେ ଆଇନଜୀବି ତଥା ପାର୍ଟିର ଯୁବନେତା ପ୍ରତାପ ସେଠୀ, ପ୍ରଭାଷ ଚନ୍ଦ୍ର ମହାପାତ୍ର ଯୋଗ ଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସାମ୍ୟବାଦୀ ସାଥୀ ରୋଜାଲିନ୍, ସୁରେଶ ଚନ୍ଦ୍ର ଦାସ, ଶୁଭମ ସୂରଜ ନାୟକ, ଗୁଡୁ ସିଂ, ଗୌରହରି ମଲ୍ଲିକ, ସୌମ୍ୟ ମହାପାତ୍ର, ଭଗବାନ ପଲେଇ, ସନାତନ ଜେନା, ପାତ ମୁୁଣ୍ଡା, ବିପିନ ଜେନା, ଦାମୋଦର ଜେନା, ମହେଶ୍ୱର ନାୟକ, ସୁକାନ୍ତି ପ୍ରଧାନ, ଭାସ୍କର ଜେନା, ଅଭିଳାସ ମଲ୍ଲିକ, ଶ୍ରୀରାମ ସ୍ୱରୂପ ମହାପାତ୍ର ସାମିଲ ଥିଲେ ।