ସମ୍ପୁର୍ଣ୍ଣ ଫିସ୍ ଛାଡ଼ ଦାବିରେ ଅଲ ଇଣ୍ଡିଆ ଡ଼ିଏସଓର ଦାବିପତ୍ର ପ୍ରଦାନ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ, କଲେଜ ଓ ବିଶ୍ୱବିଦ୍ୟାଳୟ ଗୁଡ଼ିକରେ ସମ୍‌ତ ପ୍ରକାର ଫିସ୍କୁ ସମ୍ପୁର୍ଣ୍ଣ ଛାଡ଼ କରିବା ଦାବି ନେଇ ଅଲ ଇଣ୍ଡିଆ ଡ଼ିଏସଓ ଓ ଆଂଚଳିକ ଶାଖା କମିଟି ପକ୍ଷରୁ ହିଞ୍ଜିଳିକାଟୁ ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପଦର୍ଶନ କରିଥିଲେ । ପରେ ରାଜ୍ୟ ଉଚ୍ଚ ଶିକ୍ଷାମନ୍ତ୍ରୀ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ଉଦ୍ଦ୍ୟେଶରେ ଏକ ଦାବି ପତ୍ର ସ୍ଥାନୀୟ ବିଡ଼ିଓ ପ୍ରସନ କୁମାର ପାତ୍ରଙ୍କ ଜରିଆରେ ପ୍ରଦାନ କରିଥିଲେ । ମହାମାରୀ କରୋନା ସଂକ୍ରମଣକୁ ପ୍ରତିହିତ କରିବା ଲକ୍ଷ୍ୟରେ ସରକାରଙ୍କ ପକ୍ଷରୁ ଦୀର୍ଘ ୫ମାସରୁ ଉର୍ଦ୍ଧ୍ୱ ଦିନ ଧରି ଲକଡ଼ାଉନ, ସଟଡ଼ାଉନ ଘୋଷଣା କରାଯାଇଥିଲା । ଏହାରି ଫଳରେ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିବା ସହ ଲୋକେ ସେମାନଙ୍କ ଜୀବନ ଜୀବିକା ହରାଇ ବସିଥିଲେ । ଏପରିକି ଲୋକେ ପରିବାର ପ୍ରତିପୋଷଣ କରିବା କଷ୍ଟସାଧ୍ୟ ହୋଇ ପଡ଼ିଥିଲା । ସେପ୍ଟମ୍ବର ପହିଲାରୁ ଅନୠଳ-୪ କାର୍ଯ୍ୟକାରୀ କରାଯିବା ପରେ କୋଭିଡ଼ କଟକଣା କୋହଳ କରାଯାଇଛି । ଲୋକେ ବର୍ତମାନ ପରିସ୍ଥିତିରେ କିଛିଟା ରୋଜଗାର ପନ୍ଥା ଆପଣାଇଛନ୍ତି । ନିଜର ଆର୍ଥୀକ ଅବସ୍ଥା ସେତେଟା ସୁଧୁରିନଥିବା ବେଳେ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଫିସ୍ ପ୍ରଦାନ କରିବା କଷ୍ଟକର ହୋଇପଡ଼ିଛି । ଏଭଳି ପରିସ୍ଥିତିରେ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ସମ୍ପୁର୍ଣ୍ଣ ଫିସ୍ ଛାଡ଼ କରିବା ନେଇ ମଙ୍ଗଳବାର ଅଲ ଇଣ୍ଡିଆ ଡ଼ିଏସଓ ଓ ଆଂଚଳିକ ଶାଖା କମିଟି ପକ୍ଷରୁ ହିଞ୍ଜିଳିକାଟୁ ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପଦର୍ଶନ କରିବା ସହ ଦାବି ପତ୍ର ପ୍ରଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଅଲ ଇଣ୍ଡିଆ ଡ଼ିଏସଓ ଗଞ୍ଜାମ ଜିଲ୍ଲା ସମ୍ପାଦକ ନିମାଇଁ ଚରଣ ସାହୁ, ହିଂଜିଳିକାଟୁ ଆଂଚଳିକ କମିଟି ସଭାପତି ଡ଼ି. ତିରୁପତି ଦୋରା, ସମ୍ପାଦକ ନାରାୟଣ ସାହୁ, ପପୁନ ସାହୁ, କିଶାନ କୁମାର ସାହୁ, କାମରାଜୁ ସାହୁ, ସୌମ୍ୟରଞ୍ଜନ ଗୌଡ଼ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ