ସଡକ ଦୁର୍ଘଟଣାରେ ବାଇକ୍ ଆରୋହୀ ମୃତ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ଆର୍‌.ଉଦୟଗିରି ଥାନା ଅନ୍ତର୍ଗତ ପରିମଳ ପଞ୍ଚାୟତର ଏନ୍‌.ଝାଲାରସିଂ ରାସ୍ତାରେ ଏକ ଦୁର୍ଘଟଣା ଘଟି ବାଇକ୍ ଆରୋହୀ ମୃତ୍ୟୁବରଣ କରିଛନ୍ତି । ଏକ ବାଇକ ଓ ମ୍ୟାକ୍ସ ପିକ୍‌ଅପ ଭ୍ୟାନ୍ ମୁହାଁ ମୁହିଁ ଧକ୍କା ହେବା ଯୋଗୁଁ ବାଇକ ଆରୋହିଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି । ମୃତକ ହେଲେ ହାତୀକୁଦା ଗ୍ରାମର ସୈଦ୍ରକ ଭୂୟାଁ (୫୨) ବୋଲି ଜଣାପଡିଛି । ଘଟଣାରେ ଅନ୍ୟ ଜଣେ ଆନନ୍ଦ ରଇତ ଆହତ ହୋଇଛନ୍ତି । ଘଟଣାରୁ ପ୍ରକାଶ ଯେ ସୈଦ୍ରକ ଏବଂ ଆନନ୍ଦ ଆର୍‌.ଉଦୟଗିରିରୁ ନିଜ ଗ୍ରାମ ହାତୀକୁଦାକୁ ବାଇକ ଯୋଗେ ଯାଉଥିବାବେଳେ ବିପରିତ ଦିଗରୁ ଆସୁଥିବା ଏକ ପିକଅପ୍ ଭ୍ୟାନ ସହିତ ଧକ୍କା ହୋଇଥିଲା । ଦୁର୍ଘଟଣା ବେଳେ ଘଟଣା ସ୍ଥଳରେହିଁ ସୈଦ୍ରକଙ୍କ ମୃତ୍ୟୁ ଘଟିଥିଲା । ଏହି ଦୁର୍ଘଟଣା ସମୟରେ ଅନ୍ୟ ଏକ ବାଇକ ଦୁର୍ଘଟଣାର ଶିକାର ହୋଇଥିଲେ ମଧ୍ୟ ସେମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ସୈଦ୍ରକଙ୍କ ଭାଇ ଆନନ୍ଦଙ୍କ ଲିଖିତ ଅଭିଯୋଗ ଅନୁସାରେ ଆର୍‌.ଉଦୟଗିରି ପୋଲି ୭୧/୨୦ରେ ଏକ ମାମଲା ରୁଜୁ କରିବା ସହ ଦୁର୍ଘଟଣାଗ୍ରସ୍ତ ପିକ୍‌ଅପ ଭ୍ୟାନ୍ ଏବଂ ଦୁଇଟି ବାଇକକୁ ଜବତ କରି ଘଟଣାର ତଦନ୍ତ ଚଳାଇଛି । ଅନ୍ୟପଟେ ସୈଦ୍ରକଙ୍କ ମୃତ ଦେହକୁ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯିବା ସହ ଶବବ୍ୟଚ୍ଛେଦ କରାଯାଇ ମୃଦେହକୁ ତାଙ୍କ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ