ମହେନ୍ଦ୍ରଗିରିଠାରେ ଆୟୋଜିତ ମହେନ୍ଦ୍ରମେଳା ଉଦଯାପିତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ପୁରାଣ ପ୍ରସିଦ୍ଧ ମହେନ୍ଦ୍ରଗିରି ପର୍ବତ ଶିଖରରେ   ଆୟୋଜିତ ମହେନ୍ଦ୍ର ମେଳା ଗତକାଲି ଉଦଯାପିତ ହୋଇଯାଇଛି। ଗତ ଜୁନ 1 ତାରିଖ ଠାରୁ ଗତକାଲି 9 ତାରିଖ ପର୍ଯ୍ୟନ୍ତ ନଅ ଦିନ ଧରି ଚାଲିଥିବା ଏହି ଆଧ୍ୟାତ୍ମିକ ମହୋତ୍ସବ  ପୂଣ୍ଡାହୂତି ହୋଇଛି। ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଓ ଭକ୍ତଙ୍କ ସମାଗମରେ ମହେନ୍ଦ୍ରମେଳା ମହାସମାରୋହରେ ଉଦଯାପିତ ହୋଇଯାଇଛି । ଆଞ୍ଚଳିକ ପର୍ଯ୍ୟଟନ ଓ ସଂସ୍କୃତିକୁ ଏକ ନୂଆ ପରିଚୟ ଦେଇଛି ଏହି ମେଳା। ମେଳାରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ, ପ୍ରଦର୍ଶନୀ ଏବଂ ପାରମ୍ପରିକ ଷ୍ଟଲ୍ ଗୁଡ଼ିକ ଶ୍ରଦ୍ଧାଳୁଙ୍କ ପାଇଁ ମୁଖ୍ୟ ଆକର୍ଷଣ ସାଜିଥିଲା। ଶ୍ରଦ୍ଧାଳୁଙ୍କ ପାଇଁ ପାନୀୟ ଜଳ, ମାଗଣା ସ୍ୱାସ୍ଥ୍ୟ ଶିବିର ଏବଂ ବିଶ୍ରାମ ଗୃହର ସୁବିଧା କରାଯାଇଥିଲା। ପରବର୍ତ୍ତୀ ତିଥି ନକ୍ଷତ୍ରରେ ଆୟୋଜିତ ହେବାକୁ ଥିବା ଏହି ମେଳା ଏକ ପରମ୍ପରା ସୃଷ୍ଟି କରିବା ସହ ମହେନ୍ଦ୍ରଗିରି ଠାରେ ଆହୁରି ଅଧ‌ିକ ଶ୍ରଦ୍ଧାଳୁଙ୍କ ସମାଗମ ହେବ ବୋଲି ମହେନ୍ଦ୍ର ମେଳା ଆୟୋଜକ କମିଟି ପକ୍ଷରୁ କୁହାଯାଇଛି। ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ତତ୍ତ୍ଵାବଧାନରେ ହୋଇଥିବା ମହେନ୍ଦ୍ର ମେଳାର ଶେଷ ଦିନରେ ପରିବହନ କମିଶନର ଅମିତାର ଠାକୁର, ଗଞ୍ଜାମ ଜିଲ୍ଲାପାଳ କୀର୍ତି ଭାସନ, ଗଜପତି ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ, ଗଜପତି ଏସପି, ପ୍ରହଲ୍ବାଦ ସହାୟ ମିନା, ବିଶ୍ୱହିନ୍ଦୁ ପରିଷଦ ପୂର୍ବପ୍ରାନ୍ତ ସଂଗଠନ ମହାମନ୍ତ୍ରୀ ପଣ୍ଡିତ ମହେଶ ସାହୁ ପ୍ରମୁଖ ଯୋଗଦେଇଥିଲେ। ପରିଚାଳନା କମିଟି ସଭାପତି ଜୁରିଆ ଜାନି, ସମ୍ପାଦକ ତଥା ଏତିସି ଅଧ୍ଯକ୍ଷ କାମଦେବ ବଡ଼ନାୟକ, ମହେନ୍ଦ୍ର ଆଶ୍ରମର ମୁଖ୍ୟ ଭାସ୍କର ତୀର୍ଥ(ଲକ୍ଷ୍ମୀ ବାବା ),ବରିଷ୍ଠ ସମାଜସେବୀ ଅନ୍ତର୍ଯ୍ୟାମୀ ଗମାଙ୍ଗ, ଶବର ସମାଜ ସଭାପତି ଦଳପତି ମଣ୍ଡଳ, ସମ୍ପାଦକ କୃଷ୍ଣଚନ୍ଦ୍ର ଗମାଙ୍ଗ ଓ ପ୍ରମୁଖ ସହଯୋଗୀଙ୍କ ମିଳିତ ସହଯୋଗରେ ଆୟୋଜିତ ଏହି 9 ଦିନିଆ ମହେନ୍ଦ୍ରମେଳା ସମ୍ପୂର୍ଣ ସଫଳତା ହାସଲ କରିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ