ଜୈବିକ କୃଷି ଶିକ୍ଷାକୁ ନେଇ ସଚେତନତା ଶିବିର

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣଣ୍ଡା): ଗୁମ୍ମା ବ୍ଲକ ତରଭା ପଞ୍ଚାୟତ ଠାରେ ଜାତୀୟ ଉଦ୍ୟାନ କୃଷି ମିଶନ ପକ୍ଷରୁ ଦୁଇ ଦିନିଆ ଜୈବିକ କୃଷି ସମ୍ବନ୍ଧୀୟ ଏକ ସଚେତନତା କାର୍ଯ୍ୟକ୍ରମ କୃଷକ ମାନଙ୍କୁ ନେଇ ଅନୁଷ୍ଠିତ ହୋଇଛି । ଏଥିରେ ମୁଖ୍ୟ ଅତିଥିଭାବେ ଗୁମ୍ମା ବିଡିଓ ନଟବର ଗରଡଙ୍କ ସହ ଜିଲ୍ଲା ଉଦ୍ୟାନ ବିଭାଗର ଉପନିର୍ଦ୍ଦେଶକ କେ.ସୁଦର୍ଶନ ପ୍ରମୁଖ ଯୋଗଦେଇଥିଲେ । ଓଡିଶା ଖାଉଟି ସମବାୟ ସଂସ୍ଥା ପକ୍ଷରୁ ପ୍ରକଳ୍ପ ପରିଚାଳକ ସମୀର କୁମାର ବାରିକ ଏହି ବୈଠକ ପରିଚାଳନା କରିଥିଲେ । ଏଥିରେ ଜୈବିକ କୃଷିର ବିଭିିନ୍ନ ପ୍ରଣାଳୀ ଏବଂ ଉପକାରୀତା ବିଷୟରେ ଆଲୋଚନା ହୋଇଥିଲା । ବର୍ତ୍ତମାନ ସମୟରେ ଜୈବିକ କୃଷି ଦ୍ୱାରା କିଭଳି ଉନ୍ନତମାନର କୃଷି କାର୍ଯ୍ୟ ହୋଇପାରିବ ଏବଂ କୃଷକମାନେ ଅଧିକ ଆତ୍ମନିର୍ଭରଶୀଳ ହେବା ସହ ରୋଜଗାର ବଢିବ ସେ ବିଷୟରେ ସଚେତନ କରାଯାଇଥିଲା । ସରକାର ଜୈବିକ କୃଷିର ସଂପ୍ରସାରଣ କ୍ଷେତ୍ରରେ ବିଭିନ୍ନ ପ୍ରତ୍ସାହନ ଯୋଗାଇ ଦେଉଛନ୍ତି । ଏହା ଦ୍ୱାରା ମୃତ୍ତିକା, ଜଳବାୟୁ ପ୍ରଦୂଷଣ କମିବା ସହିତ ମନୁଷ୍ୟକୁ ସୁଷମ ଏବଂ ଉତ୍କୃଷ୍ଠ ଖାଦ୍ୟ ମିଳିପାରିବ ବୋଲି ଏହି କାର୍ଯ୍ୟକ୍ରମରେ କୁହାଯାଇଥିଲା । ଚାଷୀ ଭାଇମାନେ ସେମାନଙ୍କର ଗୋଶାଳାରୁ ବିଭିନ୍ନ ବର୍ଜ୍ୟବସ୍ତୁ ଏବଂ ସ୍ଥାନୀୟ ଉପକରଣ ଆଦିର ବ୍ୟବହାର କରି କମ ଖର୍ଚ୍ଚରେ ଜୈବିକ କୃଷି କରିବା ସହ ସ୍ୱାବଲମ୍ବୀ ହୋଇପାରିବେ ବୋଲି କୁହାଯାଇଥିଲା । ଜୈବିକ କୃଷି କାର୍ଯ୍ୟକ୍ରମଟିକୁ ଓଡିଶା ଖାଉଟି ସମବାୟ ନିଗମ ପକ୍ଷରୁ ୩ବର୍ଷ ପର୍ଯ୍ୟନ୍ତ ତଦାରଖ କରାଯିବା ସହ ସମସ୍ତ ତାଲିମ ପ୍ରଦାନ କରାଯିବ ବୋଲି ଏବଂ ଏହାପରେ ସେମାନଙ୍କୁ ମାନପତ୍ର ମଧ୍ୟ ଦିଆଯିବ ବୋଲି କାର୍ଯ୍ୟକ୍ରମରେ କୁହାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ