ବୋତଲ ଭିତରୁ ମିଳିଲା ୫୦ ବର୍ଷ ତଳର ଚିଠି

ପୂର୍ବରୁ ଅନେକ ଥର ଏପରି ଖବର ପ୍ରକାଶ ପାଇସାରିଛି । ସମୁଦ୍ରକୂଳରୁ ବୋତଲ ଭିତରେ ଚିଠି ମିଳିବା ଘଟଣା ଅନେକ ଥର ଦେଖିବାକୁ ମିଳିଛି । ସେଭଳି ଆଉ ଏକ ଚିଠି ବୋତଲ ଭିତରୁ ମିଳିଛି, ଯେଉଁଥିରେ କି ୫୦ ବର୍ଷ ତଳର ବାର୍ତ୍ତା ଅଛି । ପଶ୍ଚିମ ଅଲସ୍କା ସମୂଦ୍ରକୂଳରୁ ଜଣେ ବ୍ୟକ୍ତି ଏକ ବୋତଲ ଭିତରୁ ଚିଠି ପାଇଛନ୍ତି । ସେହି ଚିଠିଟିରୁ ୫୦ ବର୍ଷ ତଳର ବାର୍ତ୍ତା ମିଳିଛି । ଚିଠିଟି ଜଣେ ରୁଷିଆନ ନାବିକଙ୍କର । ଚିଠିଟିକୁ ପାଇଛନ୍ତି ଟାଇଲର୍ ଲାଭାନୋଫ୍ । ଚିଠିଟିକୁ ପାଇବା ପରେ ସେ କହିଛନ୍ତି ଯେ, ସେ ସମୂଦ୍ରକୂଳରେ ବୁଲି ବୁଲି ଜାଳେଣି କାଠ ସଂଗ୍ରହ କରୁଥିବା ବେଳେ ବୋତଲଟି ମିଳିଥିଲା । ବୋତଲ ମଧ୍ୟରେ ଏକ କାଗଜଗୁଡ଼ା ହୋଇ ପଶିଥିଲା । ସେ ଏକ ସ୍କ୍ରୁ ଡାଇଭର୍ ସାହାଯ୍ୟରେ କାଗଜଟିକୁ ବାହାର କଲେ । ଚିଠିଟି ୧୯୬୭ ମସିହା ଜୁନ୍ ୨୦ ତାରିଖର ବୋଲି ଜାଣିବାକୁ ମିଳିଛି । ଚିଠିଟିରେ ଯାହା ଲେଖା ଯାଇଥିଲା ତାହାର ସାରାଂଶ ହେଉଛି, “ଅଭିନନ୍ଦନ । ମୁଁ ରୁଷିଆନ୍ ଫାର୍ ଇଷ୍ଟ୍ ଫ୍ଲିଟ୍ ମଦର୍ ସିପ୍ ଭିଆର୍ଏକ୍ସଏଫ୍ ସୁଲକ୍ରୁ । ଯିଏ ଏହି ବାତଲଟିକୁ ପାଇଛନ୍ତି ଆମେ ତାଙ୍କୁ ଅଭିବାଦନ ଜଣାଉଛୁ । ଆପଣଙ୍କୁ ଅନୁରାଧ ଯେ ଚିଠିଟିକୁ ପାଇବା ପରେ ଭିଲାଦିଭୋଷ୍ଟକ୍-୪୩ ଭିଆର୍ଏକ୍ସଏଫ୍ର ଯେ କୌଣସି କ୍ରିୟୁଙ୍କୁ ଯୋଗାଯୋଗ କରିବେ । ରୁଷିଆର ଗଣମାଧ୍ୟମ ସଂସ୍ଥା ରୁଷିଆ-୧ ଏହି ଚିଠିଦାତାଙ୍କ ପରିଚୟ ଖୋଜି ପାଇବାରେ ସମର୍ଥ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ