ଗଛ ପଡି ଜଣେ ନବମ ଶ୍ରେଣୀ ଛାତ୍ରୀର ମୃତ୍ୟୁ

କେନ୍ଦ୍ରାପଡା – ଟ୍ୟୁସନରୁ ଫେରି ସାଇକେଲରେ ଘରକୁ ଫେରୁଥିବା ସମୟରେ ରାସ୍ତାରେଏକଗଛ ପଡିବାରୁ ଜନୈକ ନବମ ଶ୍ରେଣୀ ଛାତ୍ରୀଙ୍କର ଗୁରୁତ୍ତର ଅବସ୍ଥାରେ ଏକ ବେସରକାରୀ ଡାକ୍ତରଖାନାରେ ମୃତ୍ୟୁ ହୋଇଯାଇଥିବା ଜଣାପଡିଛି । ଘଟଣାରୁ ପ୍ରକାଶ ଯେ ଶିଶୀର ବଳଙ୍କ ଝିଅ ଶଜଲ ସ୍ଥାନୀୟ ଭାରତୀ ବିଦ୍ୟା ମନ୍ଦିରର ନବମ ଶ୍ରେଣୀର ଛାତ୍ରୀ ଅଟନ୍ତି । ସେ ରବିବାର ସକାଳ ପ୍ରାୟ ସାଢେ୯ଟା ସମୟରେ ଟ୍ୟୁସନରୁ ସାଇକେଲରେ ଅର୍ବାନ ବ୍ୟାଙ୍କ ପଛପଟ ରାସ୍ତାରେ ଘରକୁ ଫେରୁଥିବା ସମୟରେ କେନ୍ଦ୍ରାପଡା ଅର୍ବାନ କୋଅପରେଟିଭ ବ୍ୟାଙ୍କ ମୁଖ୍ୟ ଶାଖା ପରିସରରେ ରାସ୍ତା କଡକୁ ଥିବା ଏକ ଗଛ କଟାଯାଉଥିବା ବେଳେ ସେହି ଗଛର ଏକ ଡାଳ ହଠାତ ତାଙ୍କ ଉପରେ ଛିଡି ପଡିବାରୁ ସେ ସାଇକେଲରୁ ରାସ୍ତା ଉପରକୁ ପଡିଯାଇଥିଲେ । ତାଙ୍କୁ ଗୁରୁତ୍ତର ଅବସ୍ଥାରେ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ପରେ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା । ରବିବାର ରାତିରେ ଶଜଲଙ୍କର କଟକସ୍ଥିତ ଏକ ବେସରକାରୀ ଡାକ୍ତରଖାନାରେ ମୃତ୍ୟୁ ହୋଇଯାଇଥିବା ସୂଚନା ମିଳିଛି । ଟାଉନ ଥାନା ପକ୍ଷରୁ ଏ ନେଇ ଏକ ମାମଲା ରୁଜୁହେବା ସହ ତଦନ୍ତ ଜାରିରହିଥିବା ଥାନା ଅଧିକାରୀ ଜ୍ୟୋତିରଞ୍ଜନ ସାମନ୍ତରାୟ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ