କଟକରେ ବେରୋଜଗାରୀ ଟି ଷ୍ଟଲ

କଟକ,(ଦୀପକ୍ କୁମାର ବେଉରା): କଟକ ସହରରେ ଦେଖିବାକୁ ମିଳିଥିଲା ଏକ ନିଆରା ପ୍ରତିବାଦ। ଯେଉଁଥିରେ କିଛି ଶିକ୍ଷିତ ଯୁବକ ବିକ୍ରି କରିଥିଲେ ଚା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଆଜି ସାରା ବିଶ୍ୱରେ ବିଜେପି କର୍ମୀ ମାନଙ୍କର ଦ୍ୱାରା ପାଳନ ହେଉଥିବା ବେଳେ କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏହାର ବିପରୀତ ଘଟଣା ଦେଖିବାକୁ ମିଳିଥିଲା। ଏନ ଏସ ୟୁ ଆଇ ର କର୍ମକର୍ତ୍ତା ମାନେ ବେରୋଜଗାରି ବିରୁଦ୍ଧରେ ଅଭିନବ ପନ୍ଥା ଅବଲମ୍ବନ କରି ପ୍ରତିବାଦ କରିଛନ୍ତି। ସେମାନେ ବେରୋଜଗାରୀ ଟି ଷ୍ଟଲ ଖୋଲି କେନ୍ଦ୍ରସରକାର ଙ୍କ ଛାତ୍ର ବିରୋଧୀ ନୀତିକୁ ସମ୍ପୂର୍ଣ୍ଣ ବିରୋଧ କରିଛନ୍ତି। ସଂଗଠନ ଅଭିଯୋଗ କରିଛି କି ବର୍ତମାନ କେନ୍ଦ୍ର ସରକାରଙ୍କ ଦ୍ୱାରା ଯେଉଁ ନୀତି ପ୍ରଣୟନ ହେଉଛି ତାହା ଦ୍ୱାରା ବେକାରୀ ସମସ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଯଦି ଏହିଭଳି ଚାଲେ ତେବେ ଶିକ୍ଷିତ ଯୁବକ ମାନେ ନିଜର ପ୍ରତିପୋଷଣ କରିବା ପାଇଁ ଏହିଭଳି ଚା ଓ ପକୁଡି ବ୍ୟବସାୟ କରିବେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ