ବାଇକ୍‌କୁ ପଛରୁ ଧକ୍କା ଦେଲା କାର, ଚାଳକ ଗୁରୁତର

କଟକ,(ଓ୍ବାଇଏନଏସ): ବିଳମ୍ବିତ ରାତିରେ ବାରଙ୍ଗ କୁଆଖାଇ ବ୍ରିଜ୍‌ ଉପରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବାଇକ୍‌କୁ ପଛପଟୁ ଧକ୍କା ଦେଲା କାର । ଦୁର୍ଘଟଣାରେ ବାଇକ୍‌ ଚାଳକ ଗୁରୁତର ଆହତ ହୋଇଛନ୍ତି । ସୂଚନା ଅନୁସାରେ, ବିଳମ୍ବିତ ରାତିରେ ବାରଙ୍ଗ କୁଆଖାଇ ବ୍ରିଜ୍‌ ଉପରେ ଜଣେ ବାଇକ୍‌ ଚାଳକ ଯାଉଥିବା ବେଳେ ପଛପଟୁ ଆସିଥିବା ଏକ କାର ତାଙ୍କ ବାଇକ୍‌କୁ ଜୋରଦାର ଧକ୍କା ଦେଇଥିଲା । ଧକ୍କା ଏତେ ତୀବ୍ର ଥିଲା ଯେ ବାଇକ୍‌ ଚାଳକ ରାସ୍ତା ଉପରେ ଛିଟିକି ପଡ଼ି ଗୁରୁତର ଆହତ ହୋଇଥିଲେ । ଦୁର୍ଘଟଣା ସମ୍ପର୍କରେ ଖବର ପାଇ ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ଗୁରୁତର ଆହତ ବାଇକ୍‌ ଚାଳକଙ୍କୁ ଉଦ୍ଧାର କରି ତୁରନ୍ତ ମେଡିକାଲରେ ଭର୍ତ୍ତି କରାଯାଇଛି । ଅନ୍ୟପଟେ, ଦୁର୍ଘଟଣା ଘଟାଇଥିବା କାରକୁ ପୁଲିସ ଜବତ କରିଛି । ଏହାସହ କାର ଚାଳକଙ୍କୁ ଅଟକ ରଖି ଦୁର୍ଘଟଣାର କାରଣ ନେଇ ଅଧିକ ତଦନ୍ତ ଜାରି ରଖିଛି ପୁଲିସ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ