ଶାଳଣିଆଁ ବ୍ରାଞ୍ଚ କେନାଲ ରାସ୍ତା ଶୋଚନୀୟ

ହାଟଡିହି, (ବିକାଶ ବିଶ୍ୱାଳ):ଶାଳଣିଆଁ ବ୍ରାଞ୍ଚ କେନାଲର ପନ୍ଦାଡୋ ଜିରୋ ଠାରୁ ଅଣା ପର୍ଯ୍ୟନ୍ତ କେନାଲ ରାସ୍ତା ଶୋଚନୀୟ ହୋଇ ପଡିଛି । ଗତ ୪ବର୍ଷ ତଳେ ଏହି ରାସ୍ତାକୁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ପିଚୁ କରାଯାଇଥିବାବେଳେ ତାହା ଉଠିଯିବାପରେ ଏବେ ସମ୍ପୁର୍ଣ୍ଣ ରାସ୍ତାଟି ନାଲିଗୋଡିରେ ପରିପୁର୍ଣ୍ଣ ହୋଇଯାଇଛି ।ଏପରିକି ଗତ କିଛିମାସ ପୁର୍ବରୁ ମଠ ଠାରୁ ଆନନ୍ଦପୁର ଭଦ୍ରକ ରାସ୍ତା ପର୍ଯ୍ୟନ୍ତ ବିରାଟ ବିରାଟ ଖାଲଖମାରେ ପରିପୁର୍ଣ୍ଣ ହୋଇଯାଇଥିବାବେଳେ ବିଭାଗ ପକ୍ଷରୁ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ଏହାକୁ ମରାମତି କରାଯାଇଥିଲା । କିନ୍ତୁ ଦିନ କେଇଟା ଭିତରେ ଯେଉଁ ଖାଲକୁ ସେହି ଖାଲ ହୋଇଯାଇଛି । ଏହି ରାସ୍ତାଟି ଉପରେ କୁଣ୍ଡିସାହି, କପୁଣ୍ଡି, ଖାଣ୍ଟପଦା, ତରାଗାଡିଆ, ପନ୍ଦାଡୋ, ତେନ୍ତୁଲିପଦି ଆଦି ଗ୍ରାମର ଲୋକମାନେ ନିର୍ଭର କରୁଥିବାବେଳେ ରାସ୍ତାର ଏପରି ଶୋଚନୀୟ ଅବସ୍ଥା ଯୋଗୁଁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ ରାସ୍ତାଟି ନିର୍ମାଣ ଦିଗରେ ବିଭାଗୀୟ କର୍ତ୍ତୁପକ୍ଷ ତୁରନ୍ତ ଦୃଷ୍ଟି ଦେବାକୁ ଦାବି ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ