ଆନନ୍ଦପୁର ଭଦ୍ରକ ରାସ୍ତାରେ ବାଇକ ଦୁର୍ଘଟଣା, ୨ ମୃତ, ୪ ଗୁରୁତର

ହାଟଡିହି (ଓ୍ବାଇଏନଏସ): ଆନନ୍ଦପୁର ଭଦ୍ରକ  ରାଜ୍ୟ ରାଜପଥ ୫୩ନମ୍ବରର ବଞ୍ଚୋ ଛକ ନିକଟରେ ଆଜି ସନ୍ଧ୍ୟା ୭ଟା ବେଳେ ଘଟିଛି ଏହି ଦୁର୍ଘଟଣା। ୩ଟି ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଏଥିରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪ଜଣ ଗୁରୁତର ହୋଇଛନ୍ତି। ମୃତାହତଙ୍କ ଘର ଆନନ୍ଦପୁର ଥାନା ଅକରୁଆ ଓ ଆଗରପଡା ଅଞ୍ଚଳର  ବୋଲି ଜଣା ପଡିଛି। ଆହତ ମାନଙ୍କୁ ଉଦ୍ଧାର କରାଯାଇ ଉପଖଣ୍ଡ ଡାକ୍ତରଖାନାକୁ ପଠାଯାଇ ଥିବା ବେଳେ ମୃତଦେହ ଗୁଡିକ ରାସ୍ତା ଉପରେ ପଡି ରହିଛି। ରାସ୍ତାର ଉଭୟ ପଟରେ ଶହ ଶହ ଗାଡି ଅଟକି ରହିଥିବା ବେଳେ ପୋଲିସ ପହଞ୍ଚି ଗାଡି ଚଳାଚଳ ସ୍ୱାଭାବିକ କରିବାକୁ ପ୍ରୟାସ ଚଳାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ