ରଜ ଉତ୍ସବରେ ସମ୍ବର୍ଦ୍ଧିତ ହେଲେ ରତିକାନ୍ତ ରାଉତ
ହାଟଡିହି, (ଓ୍ବାଇଏନଏସ) :ହାଟଡିହି ବ୍ଲକ ଉପାଧ୍ଯକ୍ଷ ତଥା ବିଜେଡିର ରାଜ୍ୟ ସମ୍ପାଦକ ରତିକାନ୍ତ ରାଉତଙ୍କୁ ସମାଜ ସେବା କ୍ଷେତ୍ରରେ ଉଲେଖନୀୟ ଅବଦାନ ପାଇଁ ଭଦ୍ରକ ଜିଲ୍ଲା ନିମପଡା ଠାରେ ସମ୍ବର୍ଦ୍ଧିତ କରାଯାଇଛି। ନିମପଡା ଠାରେ ଶ୍ରୀଜଗନ୍ନାଥ ଆଞ୍ଚଳିକ ରଜ ମହୋତ୍ସବ ଅବସରରେ ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠୀ, ବନ୍ତ ବ୍ଲକର ବିଧାୟକ ପ୍ରତିନିଧି ସ୍ମୃତି ରଞ୍ଜନ ସ୍ୱାଇଁ, ରଜ ମହୋତ୍ସବ କମିଟିର ସଭାପତି ସୁରେନ୍ଦ୍ର କୁମାର ମିଶ୍ର, ସମ୍ପାଦକ ପ୍ରକାଶ ଚନ୍ଦ୍ର ସାହୁ ପ୍ରମୁଖ ଯୋଗଦେଇ ରତିକାନ୍ତ ରାଉତଙ୍କୁ ଉତ୍ତରୀୟ ଓ ପ୍ରଶଂସାପତ୍ର ଦେଇ ସମ୍ବନ୍ଧିତ କରିଛନ୍ତି । ଶ୍ରୀ ରାଉତ ରାଜନୀତିରେ ଥିଲେ ବି ସମାଜସେବା କ୍ଷେତ୍ରରେ ନିଜକୁ ଉତ୍ସର୍ଗ କରିଛନ୍ତି । ଗରିବ ଅସହାୟ ଲୋକଙ୍କୁ ସହାୟତାର ହାତ ବଢାଇ ନିଜର ମାନବିକତାର ପରାକାଷ୍ଠା ଦେଖାଇଥିବାରୁ ପୂର୍ବରୁ ରାଜ୍ୟର ଅନେକ ଜିଲ୍ଲାରେ ତାଙ୍କୁ ସମ୍ବନ୍ଧିତ କରା ଯାଇଛି । ରତିକାନ୍ତ ଏବେ ହାଟଡିହି ବ୍ଲକର ଉପାଧ୍ଯକ୍ଷ ଭାବେ କାର୍ଯ୍ୟ କରୁଥିବା ବେଳେ ରାଜ୍ୟ ବିଜେଡି ର ସମ୍ପାଦକ ଅଛନ୍ତି । ତାଙ୍କୁ ଏପରି ସମ୍ବର୍ଦ୍ଧନା ମିଳିବା ପରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ସଂଗଠନ ସଦସ୍ୟ ମାନେ ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।


