ଭଲ ନିଦ ହେଉ ନ ଥିଲେ ଶୋଇବା ଘରେ ରଖନ୍ତୁ ଏହି ୪ଟି ଗଛ

ଘରେ ଲଗାଯାଇଥିବା ଗଛଗୁଡ଼ିକ ଘରର ସୌନ୍ଦର୍ଯ୍ୟ ବଢ଼ାଇବା ସହ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ । ତେବେ ଏମିତି କିଛି ଗଛ ରହିଛି ଯାହାକୁ ଶୋଇବା ଘରେ ଲଗାଇଲେ ଭଲ ନିଦ ଆସିଥାଏ । କେବଳ ସେତିକି ନୁହେଁ, ଏହି ଗଛଗୁଡ଼ିକ ଅମ୍ଲଜାନ ଛାଡ଼ିବା ସହ ବାୟୁମଣ୍ଡଳରେ ଥିବା ବିଷାକ୍ତ ପାଦାର୍ଥକୁ ବିଶୁଦ୍ଧ କରି ଶୋଇବା ଘରର ବାୟୁ ମଣ୍ଡଳକୁ ଶୁଦ୍ଧ କରିଥାଏ । ଆସନ୍ତୁ ଜାଣିବା ସେହି ଗଛ ବିଷୟରେ ଯାହା ଆପଣଙ୍କ ମନକୁ ଶାନ୍ତ କରିବା ସହ ଆପଣଙ୍କୁ ଭଲ ନିଦ ଦେଇଥାଏ ।୧. ଲାଭେଣ୍ଡର: ଶୋଇବା ଘରେ ଲାଭେଣ୍ଡର ଗଛ ଲଗାଇଲେ ରାତିରେ ସୁନିଦ୍ରା ହୋଇଥାଏ । ଏହା ରକ୍ତଚାପ ଏବଂ ହୃଦୟର ଗତିକୁ ନିୟନ୍ତ୍ରିତ କରି ଶରୀରକୁ ଶାନ୍ତ କରିଥାଏ । ଏହାର ସୁଗନ୍ଧ ଭଲ ନିଦ୍ରା ଆଣିବା ସହ ମୁଡ଼୍ ଠିକ୍ ରହିଥାଏ ।୨. ମଲ୍ଲୀ : ଏହି ଗଛକୁ ଶୋଇବା ଘରେ କିମ୍ବା ଲଗାଇଲେ ଶୋଇବା ଘର ମହକିବା ସହ ରାତିରେ ଭଲ ନିଦ ଆସିଥାଏ । ଏହା ଆପଣଙ୍କ ଶୋଇବା ଘରର ପରିବେଶକୁ ମହକାଇ ପୂରା ଦିନର ଥକାପଣକୁ ଦୂର କରିଥାଏ, ଯାହା ଫଳରେ ଆପଣଙ୍କୁ ଭଲ ନିଦ ଆସିଥାଏ ।୩. ରୋଜ୍ବେରି : ରୋଜ୍ବେରି ଗଛ ଭଲ ନିଦ ଆଣିବାରେ ସହାୟକ ହୋଇଥାଏ । ସ୍ମରଣ ଶକ୍ତି ବଢ଼ାଇବା ପାଇଁ ଏହାର ବ୍ୟବହାର ଔଷଧରେ ମଧ୍ୟ କରାଯାଇଥାଏ । ଯେଉଁ ଲୋକ ବିଭିନ୍ନ କାରଣରୁ ଅବସାଦଗ୍ରସ୍ତ ରହୁଛନ୍ତି ସେମାନେ ଘରେ ଏହି ଗଛ ଲଗାଇଲେ ସୁଫଳ ପାଇବେ ।୪.ସ୍ନେକ୍ ପ୍ଲାଣ୍ଟ : ଏହି ଗଛ ଶୋଇବା ଘରେ ଲଗାଇଲେ ବିଷାକ୍ତ ବାୟୁମଣ୍ଡଳ ବିଶୁଦ୍ଧ ହୋଇଥାଏ । ଯାହା ଫଳରେ ଆପଣଙ୍କୁ କୌଣସି ପ୍ରକାରର ରୋଗ ହୋଇ ନ ଥାଏ । ଏହା ମାନସିକ ଅବସ୍ଥାକୁ ଠିକ୍ ରଖିବା ସହ ଭଲ ନିଦ ମଧ୍ୟ ଦେଇଥାଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ