ପ୍ରଥମ ଲୋକପାଳ ହେବେ ବିଚାପତି ପିନାକୀ ଚନ୍ଦ୍ର ଘୋଷ

ପୂର୍ବତନ ସୁପ୍ରିମ୍କୋର୍ଟ ବିଚାରପତି ଜଷ୍ଟିସ୍ ପିନାକୀ ଚନ୍ଦ୍ର ଘୋଷ ଭାରତର ପ୍ରଥମ ଲୋକପାଳ ନିଯୁକ୍ତ ହେବା ନେଇ ପ୍ରସ୍ତୁତି ଶେଷ ପର‌୍ୟ୍ୟାୟରେ ପହଞ୍ଚିଥିବା ସୂଚନା ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗଠିତ ଚୟନ କମିଟି ପିସିଙ୍କ ନାମ ଚୂଡ଼ାନ୍ତ କରିଥିବା ଏହି ସୂତ୍ରରୁ ଜଣାପଡ଼ିଛି। ଏହି କମିଟିରେ ଅନ୍ୟାନ୍ୟ ସଦସ୍ୟଙ୍କ ମଧ୍ୟରେ ଲୋକସଭା ବାଚସ୍ପତି ସୁମିତ୍ରା ମହାଜନ, ସୁପ୍ରିମ୍କୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇ ଏବଂ ବରିଷ୍ଠ ଓକିଲ ମୁକୁଲ ରୋହତଗୀ ମଧ୍ୟ ସଦସ୍ୟ ଅଛନ୍ତି।
ଲୋକପାଳ ଅନୁସନ୍ଧାନ କମିଟି ଦ୍ୱାରା ପ୍ରସ୍ତାବିତ ୧୦ଟି ନାମ ମଧ୍ୟରେ ଜଷ୍ଟିସ୍ ଘୋଷଙ୍କ ନାମ ମଧ୍ୟ ଥିଲା। ଜଷ୍ଟିସ୍ ପିସି ୨୦୧୭ ମସିହାରେ ସୁପ୍ରିମ୍କୋର୍ଟରୁ ଅବସର ନେବାପରେ ମାନବାଧିକାର କମିଶନ୍ରେ ଯୋଗ ଦେଇଥିଲେ। ଜଷ୍ଟିସ୍ ଘୋଷ କୋଲକତା ହାଇକୋର୍ଟର ପୂର୍ବତନ ବିଚାରପତି ଏବଂ ଆନ୍ଧ୍ରପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି ଦାୟିତ୍ୱ ନେଇସାରିଛନ୍ତି।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଲୋକପାଳ ଆଇନ ୨୦୧୪ ମସିହା ଜାନୁଆରୀ ୧୬ରୁ ପାରିତ ହେଲାଣି। ଏହାର ୫ ବର୍ଷ ପରେ ଜଷ୍ଟିସ୍ ଘୋଷ ଏହି ପଦବୀରେ ଅବସ୍ଥାପିତ ହେବାକୁ ଯାଉଛନ୍ତି। ଏହି ଆଇନ ବଳରେ କେନ୍ଦ୍ରରେ ଲୋକପାଳ ଏବଂ ରାଜ୍ୟରେ ଲୋକାୟୁକ୍ତ ନିଯୁକ୍ତି ପାଇଁ ପ୍ରସ୍ତାବ ରହିଥିଲା। ସେମାନେ ଜନପ୍ରତିନିଧିଙ୍କ ବିରୋଧରେ ଆସୁଥିବା ଦୁର୍ନୀତି ମାମଲାର ବିଚାର କରିବେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ