ସରକାରୀ କାର୍ଯ୍ୟରେ ଅବହେଳା ଅଭିଯୋଗରେ ୧୦ଜଣ ପଂଚାୟତ ଅଧିକାରୀ ନିଳମ୍ବିତ

ଯାଜପୁର, (ଯୁଗାବ୍ଦ ନ୍ୟୁଜ୍) : ସରକାରୀ କାର୍ଯ୍ୟରେ ଅବହେଳା, ଦାୟିତ୍ୱ ହସ୍ତାନ୍ତର ନ କରିବା, ବ୍ଲକର ବୈଠକରେ ଯୋଗ ନଦେବା ଇତ୍ୟାଦି ଅଭିଯୋଗରେ ଜିଲ୍ଲାପାଳ ରଂଜନ କୁମାର ଦାସ ବୁଧବାର ୧୦ଜଣ ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ କାର୍ଯ୍ୟରୁ ନିଳମ୍ବିତ କରିଛନ୍ତି । ଏଥିରେ କୋରେଇ ବ୍ଲକର ମଦନ ମୋହନ ପ୍ରଧାନ, ଜଗନ୍ନାଥ ମାଝି, ଯାଜପୁର ବ୍ଲକର ଲକ୍ଷ୍ମୀଧର ଦାସ, ସୁବାସ ସାମଲ, ବଡଚଣା ବ୍ଲକର ଦେବେନ୍ଦ୍ର ପୁହାଣ, ସିଦ ମୁଣ୍ଡୁରୀ, ଦାନଗଦୀ ବ୍ଲକ୍ର ଅର୍ଜୁନ ଚରଣ ବରାଳ, ରାମଚନ୍ଦ୍ର ଦାସ, ସୂର୍ଯ୍ୟମଣୀ ପଟ୍ଟନାୟକ ଓ ଉମେଶ ଚନ୍ଦ୍ର ସେଠୀ କୁ କାର୍ଯ୍ୟରୁ ନିଳମ୍ବିତ କରିଛନ୍ତି । ନିଳମ୍ବନ ସମୟରେ ସେମାନଙ୍କ ହେଡକ୍ୱାଟର ଗ୍ରାମ୍ୟ ଉନ୍ନୟନ ସଂସ୍ଥା, ଯାଜପୁର କାର୍ଯ୍ୟାଳୟକୁ ପିକ୍ସ କରାଯାଇଛି । ଉପରୋକ୍ତ ପଂଚାୟତ ନିର୍ବାହୀ ଅଧିକାରୀମାନଙ୍କୁ କାର୍ଯ୍ୟ କରିବା ପାଇଁ ପୂର୍ବରୁ ବିଭିନ୍ନ ସମୟରେ ୫ଟି ମାଧ୍ୟମରେ ସୁଯୋଗ ଦିଆଯାଇଥିଲେ ମଧ୍ୟ ସେମାନେ ଅବହେଳା କରିବାକୁ ସଂପୃକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀମାନଙ୍କ ରିପୋର୍ଟକୁ ଭିତିକରି ଜିଲ୍ଲାପାଳ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ