ସିପିଆଇ ନେତା ସ୍ୱର୍ଗତ ସିମାଞ୍ଚଳ ରେଡ୍ଡୀଙ୍କ ୧୦ମ ଶ୍ରାଦ୍ଧବାର୍ଷିକୀ ପାଳନ

ଛତ୍ରପୁର, (ଦେବଦତ୍ତ ମହାରଣା):ଛତ୍ରପୁର ବ୍ଲକର ପୂର୍ବତନ ଅଧ୍ୟକ୍ଷ ତଥା ସିପିଆଇ ନେତା ଏନ୍‌.ସିମାଞ୍ଚଳ ରେଡ୍ଡିଙ୍କ ୧୦ମ ଶ୍ରାଦ୍ଧବାର୍ଷିକୀ ଚମାଖଣ୍ଡି ସ୍ଥିତ ଦଳୀୟ କାର୍ଯ୍ୟାଳୟ ପରିସରରେ ପୂର୍ବତନ ସରପଞ୍ଚ ସିମାଞ୍ଚଳ ସାହୁଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜୋନାଲ ସଂପାଦକ ସିଏଚ୍‌.ଜନାର୍ଦ୍ଦନ ରେଡ୍ଡୀ, ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ଜିଲ୍ଲା ସହ-ସଂପାଦକ ନୀଳକଣ୍ଠ ଦାସ, ଛତ୍ରପୁର ଜୋନାଲ ସଂପାଦକ ଏସ୍‌.କ୍ରିଷ୍ଣା ରେଡ୍ଡୀ, ଆଇନଜୀବୀ ଡି.ଆଦିନାରାୟଣ ରେଡ୍ଡୀ, ଶ୍ରମିକ ନେତା ଦର୍ଯ୍ୟୋଧନ ନାହାକ, ଚମାଖଣ୍ଡି ଜୋନାଲ ସହ-ସଂପାଦକ ଗୁରୁନାଥ ପ୍ରଧାନ ଓ ଏନ୍‌.ଗିରିଜା ପ୍ରସାଦ ରେଡ୍ଡି, ପ୍ରଫୁଲ ପାଣିଗ୍ରାହୀ, ସିକନ୍ଦର ଖାନ୍‌, ଏନ୍‌.ଗଙ୍ଗାପାଣି ରେଡ୍ଡୀ, ଲିଙ୍ଗରାଜ ପ୍ରଧାନ, ପୂର୍ଣ୍ଣଚନ୍ଦ୍ର ଗୌଡଙ୍କ ସମେତ ବହୁ ଦଳୀୟ ନେତା ଓ କର୍ମୀମାନେ ଯୋଗଦେଇ ସ୍ୱର୍ଗତ ରେଡ୍ଡୀଙ୍କ ସ୍ମୃତି ଚାରଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ