ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):ବୃଦ୍ଧ ଦମ୍ପତ୍ତିଙ୍କୁ ମାଡମାରି ଘରୁ ତଡିଦେବା ଘଟଣାରେ ପରିବାର ପକ୍ଷରୁ ମଙ୍ଗଳବାର ଦିନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଥିବା ଦେଖିବାକୁ ମିଳିଥିଲା । ସଦର ଥାନାରୁ ନ୍ୟାୟ ନପାଇ ଶେଷରେ ବୃଦ୍ଧ ଦମ୍ପତ୍ତି ଅନ୍ୟ ପରିବାର ସଦସ୍ୟଙ୍କୁ ନେଇ ଏହି ଅନଶନରେ ବସିଥିଲେ । ଘଟଣାରୁ ପ୍ରକାଶ କେନ୍ଦ୍ରାପଡା ସଦର ଥାନା ବିରସ୍ୱତୀ ଗ୍ରାମର ଦୟାନିଧି ନାଥଙ୍କୁ ତାଙ୍କ ବଡ ପୁଅ ଏବଂ ବୋହୂ ଏବଂ ତାଙ୍କର ପିଲା ମାନେ ମାଡ ମାରି ଘରୁ ତଡିଦେବା ସହିତ ବୃଦ୍ଧ ଦମ୍ପତ୍ତିଙ୍କ ସାନପୁଅ ବୋହୂ ଓ ନାତି ନାତୁଣିଙ୍କୁ ମଧ୍ୟ ବାଡ ପିଟା କରିଥିଲେ । ଏ ଘଟଣାକୁ ନେଇ ଦୟାନିଧି ସଦର ଥାନାରେ ଅଭିଯୋଗ କରିଥିଲେ । କିନ୍ତୁ ଅଭିଯୋଗ ପାଇଥିଲେ ମଧ୍ୟ ସଦର ପୋଲିସ ଅଭିଯୁକ୍ତ ବଡପୁଅ ବୋହୂଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା ସହିତ ବାରମ୍ବାର ଏ ବିଷୟରେ ଥାନାକୁ ଯିବାରୁ ବୃଦ୍ଧ ଦମ୍ପତ୍ତି ଏବଂ ସାନ ପୁଅ ଏବଂ ବୋହୁଙ୍କୁ ମିଥ୍ୟା ମାମଲାରେ ଫସାଇ ଦେବାର ଧମକ ଚମକ ଦେଉଥିବାର ଅଭିଯୋଗ ହୋଇଅଛି । ଥାନାରୁ ନ୍ୟାୟ ନ ମିଳିବାରୁ ଶେଷରେ ବାଧ୍ୟ ହୋଇ ଦୟାନିଧି ତାଙ୍କ ସାନ ପୁଅ ବୋହୁ ଓ ନାତି ନାତୁଣୀମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନରେ ବସିିଥିଲେ । ପରେ ଉପ ଜିଲୃଲ୍ଲାପାଳ ଗଟଣା ଉପରେ ହସ୍ତକ୍ଷେପ କରିବାରୁ ଅନଶନ ପ୍ରତ୍ୟାହୃତ ହୋଇଥିଲା ।