ଗାଙ୍ଗପଡା ପଞ୍ଚାୟତରେ କୋଭିଡ ସ୍ୱାବ ପରୀକ୍ଷା

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗାଙ୍ଗପଡା ପଞ୍ଚାୟତରେ ମଙ୍ଗଳବାର ଦିନ କୋଭିଡ ସ୍ୱାବ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି । ଏହି ସ୍ୱାବ ପରୀକ୍ଷା ମଧ୍ୟରେ ୭୦୦ ବ୍ୟକ୍ତିଙ୍କର ପରୀକ୍ଷା କରାଯାଇଥିଲା । ସେଥିରୁ ୭ ଜଣ ବ୍ୟକ୍ତିଙ୍କ ନିକଟରେ ପଜେଟିଭ୍ ଚିହ୍ନଟ ହୋଇଛି । ଗାଙ୍ଗପଡା ସରପଞ୍ଚ ଲକ୍ଷ୍ମୀପ୍ରିୟା ରାଉତଙ୍କ ନେତୃତ୍ୱରେ ସେହି ପଞ୍ଚାୟତର ଭରସିଂଗ ଉପ୍ରା ବିଦ୍ୟାଳୟରେ ୫୭୦ ଏବଂ ସାନ ପନ୍ତୁରି ଉପ୍ରା ବିଦ୍ୟାଳୟରେ ୧୩୦ ଜଣଙ୍କ ସ୍ୱାବ ପରୀକ୍ଷା କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଦିଲ୍ଲିପ ରାଉତ, ଅଙ୍କୁର ଦାସ, ପ୍ରଫୁଲ୍ଲ ରାଉତ, ପରେଶ ରାଉତ ପ୍ରମୁଖ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ