ବିଦ୍ୟୁତ ଯୋଗାଣ ଭିତ୍ତିଭୂମି ପରିଦର୍ଶନ କଲେ ଶକ୍ତି ମନ୍ତ୍ରୀ

କଳାହାଣ୍ଡି,(ରଜନୀକାନ୍ତ ମିଶ୍ର): କଳାହାଣ୍ଡି ଏକ ପଛୁଆ ଜିଲ୍ଲା ଭାବରେ ପରିଗଣିତ ହୋଇ ଆସୁଥିବା ବେଳେ ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପ ଦେଇଛି ଜିଲ୍ଲାକୁ ଏକ ନୂତନ ପରିଚୟ ଏକଦା ଭୋକର ଭୂଗୋଳ ଆଖ୍ୟା ପାଇଥିବା କଳାହାଣ୍ଡିକୁ ବିଦ୍ୟୁତ ଉତ୍ପାଦନ ସହ ଧାନ ଉତ୍ପାଦନ ରେ ବିକଶିତ କରି ଏକ ଅଗ୍ରଣୀ ଜିଲ୍ଲା ର ମାନ୍ୟତା ଦେଇଛି | ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପରୁ ବାହାରୁଥିବା ବିଦ୍ୟୁତ ଆଜି ରାଜ୍ୟ ବାହାରେ ଆଲୋକ ଦେଖାଉଛି | ଆଗକୁ କଳାହାଣ୍ଡି ଜିଲ୍ଲାରେ ମଧ୍ୟ ଏହି ପ୍ରକଳ୍ପରୁ ବିଦ୍ୟୁତ ଯୋଗାଇବେ ରାଜ୍ୟ ସରକାର,ଆଜି ଓଡିଶା ଗୃହ ଶକ୍ତି ଶିଳ୍ପ ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଏହି କାର୍ଯ୍ୟ ପରିଦର୍ଶନ ରେ ଆସି ମୁଖୀଗୁଡା ଓ.ଏଚ.ପି.ସି ବିଦ୍ୟୁତ କାର୍ଯ୍ୟାଳୟ ରେ ପହଞ୍ଚି ଅଧିକାରୀଙ୍କ ସହ ଏକ ବୈଠକରେ ଯୋଗଦେଇ ପରେ ବାନେର ଠାରେ ନୂତନ ଭାବେ ନିର୍ମାଣ ହୋଇଥିବା ବିଦ୍ୟୁତ ସବ ଷ୍ଟେସନ ଗ୍ରୀଡ଼କୁ ପରିଦର୍ଶନ କରିଥିଲେ | ଆଗାମୀ କିଛି ଦିନ ମଧ୍ୟରେ କଳାହାଣ୍ଡି ବାସିଙ୍କୁ ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପରୁ ବିଜୁଳି ଯୋଗାଣ ଆରମ୍ଭ ହେବ ଓ ଏହା ଦ୍ୱାରା ଜିଲ୍ଲାରେ ବିଜୁଳି ସମସ୍ୟା ଦୂର ହେବା ସହ ଜିଲ୍ଲାରେ ଶିଳ୍ପାନୁଷ୍ଠାନ ପାଇଁ ନୂତନ ସୁଯୋଗ ସୃଷ୍ଟି ହେବ ବୋଲି କହିଛନ୍ତି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ