ଭିନ୍ନକ୍ଷମ ଶିକ୍ଷକଙ୍କୁ ପଦୋନ୍ନତିରେ ସରକାରଙ୍କ ଚରମ ଅବହେଳା

ଗଂଜାମ,(ଓ୍ବାଇଏନ୍ଏସ୍): ସମାଜରେ ଭିନ୍ନକ୍ଷମ ମାନେ ସବୁବେଳେ ଅବହେଳାର ସମ୍ମୁଖିନ ହୋଇଆସୁଛନ୍ତି।ଏବେ ସମୟ ବଦଳିଛି ଲୋକଙ୍କ ମାନସିକତା ବି ବଦଳିଛି। କିନ୍ତୁ ଭିନ୍ନକ୍ଷମଙ୍କୁ ଅଧିକାର ଦେବା ପାଇଁ ରାଜ୍ୟସରକାର ସବୁବେଳେ ପଛ ଘୁଞ୍ଚା। ଭିନ୍ନକ୍ଷମଙ୍କ ସଶକ୍ତିକରଣ, ସେମାନଙ୍କ ସର୍ବାଙ୍ଗୀନ ବିକାଶ ଓ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ବିଭିନ୍ନ ପ୍ରକାରର ଯୋଜନା କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଣୟନ କରିଛନ୍ତି। କିନ୍ତୁ କୌଣସି ନା କୌଣସି କ୍ଷେତ୍ରରେ ଏବେ ବି ସରକାର ଟାଳଟୁଳ ନୀତି ଅବଲମ୍ବନ କରୁଥିବାରୁ ଦେଖାଯାଉଛି। ଏହାର ବଳିଷ୍ଠ ପ୍ରମାଣ ରାଜ୍ୟରେ ଚାଲିଥିବା ଶିକ୍ଷକ ପଦୋନ୍ନତି କାର୍ଯ୍ୟକୁ ଅନୁଧ୍ୟାନ କଲେ ସହଜରେ ଜାଣିହେବ।ମାନ୍ୟବର ଉଚ୍ଚତମ ନ୍ୟାୟାଳୟଙ୍କ ନିର୍ଦ୍ଦେଶନାମା ୬୦୯୫/୨୦୧୯ ତା ୧୫.୦୧.୨୦୨୦ ଭିନ୍ନକ୍ଷମ ଶିକ୍ଷକଙ୍କ ୪% ସ୍ଥାନ ସଂରକ୍ଷଣ ଓ ନିର୍ଦ୍ଦେଶନାମା ୧୩୫୮୪୨/୨୦୧୯ ତା ୦୮.୦୭.୨୦୨୦ରେ ତଫସିଲଭୁକ୍ତ ଜାତି ଓ ଉପଜାତି ଭଳି ସମାନ ସୁବିଧା ଆଉ ସୁଯୋଗ ପାଇବା ପାଇଁ ଯୋଗ୍ୟ ବୋଲି ସ୍ପଷ୍ଟ ଭାବରେ ନିର୍ଦ୍ଦେଶ ଦେଇଛନ୍ତି।
ଏହାବ୍ୟତୀତ ଓଡିଶା ସରକାରଙ୍କ ଗତ ୦୩.୦୧.୨୦୧୩ ଗାଜେଟ ସଂଖ୍ୟା ୨୩୫୪ ଓ ଗତ ୧୦.୧୨.୨୦୧୮ଓଡିଶା ସରକାରଙ୍କ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକଙ୍କ ପକ୍ଷରୁ ଓଡ଼ିଶାର ସମସ୍ତ ଜିଲ୍ଲା ଓ ବ୍ଲକ ଶିକ୍ଷାଧିକାରୀଙ୍କୁ ଦିଆଯାଇଥିବା ପତ୍ର ସଂଖ୍ୟା ୪ -ଏସ-୨୨-୨୦୧୮-୧୧୨୫୩୭୨ରେ ରାଜ୍ୟର କାର୍ଯ୍ୟରତ ଥିବା ସମସ୍ତ ଭିନ୍ନକ୍ଷମ ଶିକ୍ଷକଙ୍କୁ ସଂରକ୍ଷଣ ଭିତ୍ତିରେ ପଦୋନ୍ନତି ଦେବାପାଇଁ ସ୍ପଷ୍ଠ ଭାବେ ନିର୍ଦ୍ଧେଶ ଥିଲେ ମଧ୍ୟ ବର୍ତମାନ ଚାଲିଥିବା ଶିକ୍ଷକ ପଦୋନ୍ନିତ କାର୍ଯ୍ୟରେ ତାହା ପ୍ରତିଫଳନ ନହେବା ସମସ୍ତ ଭିନ୍ନକ୍ଷମ ଶିକ୍ଷକଙ୍କ ସମେତ ବିଭିନ୍ନ ସାମାଜିକ ସଂଗଠନ ଓ ବୁଦ୍ଧିଜୀବୀଙ୍କୁ ଆଚମ୍ବିତ କରିଛି। ରାଜ୍ୟସରକାର ସମସ୍ତ ନିର୍ଦ୍ଧେଶନାମାକୁ ବିଚାରକୁ ନେଇ ଭିନ୍ନକ୍ଷମଙ୍କ ପଦୋନ୍ନତି କରିବେ ବୋଲି ଆଜି ଗଂଜାମ ସହରସ୍ଥିତ ଏଲଆମା ମନ୍ଦିର ପ୍ରାଙ୍ଗଣରେ ସାମାଜିକ ଦୂରତା ବଜାଇ ରଖି ବୈଠକ କରି ଗଂଜାମ ବ୍ଲକ ସମସ୍ତ ଭିନ୍ନକ୍ଷମ ଶିକ୍ଷକ ଶିକ୍ଷୟତ୍ରୀ ନିଜର ନାର୍ଯ୍ୟଦାବୀ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ଭିନ୍ନକ୍ଷମ କମିଶନଙ୍କ ପାଖକୁ ପତ୍ର ଦ୍ୱାରା ଜଣେଇଛନ୍ତି। ଏହି ବୈଠକରେ ରବୀନ୍ଦ୍ର କୁମାର ସେଠି , ବିଭୁତି ଭୂଷଣ ମହାପାତ୍ର, ବସନ୍ତ ବେହେରା,କୁନି ମହାନ୍ତି, ସୋମନାଥ ଦାସ,ସୁଧୀର ବେହେରା, ମାଧବରେଡି , ଡମ୍ବୁରୁ ରେଡି ,ଦାଶରଥି ମଲ୍ଲିକ, ଶୈଳବାଳା ଦଳାଇ,ମେନକା ରେଡି ,ମୀନକେତନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ