ଗଞ୍ଜାମରେ କୋଭିଡ଼ି ସଚେତନତା ରାଲି

ଗଞ୍ଜାମ,(ଓ୍ବାଇଏନ୍ଏସ୍): ଗଞ୍ଜାମ ଜିଲ୍ଲାପାଳ ଙ୍କ ଆହ୍ୱାନ କ୍ରମେ ଗଞ୍ଜାମ ସମ୍ମନିତ ଶିଶୁ ବିକାଶ ପ୍ରକଳ୍ପର ଅଧିକାରୀ ସିଲଳା ପ୍ରଧାନଙ୍କ ନିର୍ଦ୍ଦେଶ ରେ ଗଞ୍ଜାମ ଏନଏସି ର ପାଞ୍ଚନମ୍ବର ୱାଡ଼ ର ବଜାର ହରିଜନ ସାହିଠାରେ ଅଙ୍ଗନବାଡି ଦିଦି ବବିତା ପଣ୍ଡା ଙ୍କ ତ୍ବାତବଧାନରେ କୋଭିଡି ସପ୍ତାହ ପ୍ରଥମ ଦିବସରେ କୋଭିଡ଼ି ସଚେତନତା ରାଲି ଓ କୋଭିଡ଼ି ସଖୀଙ୍କୁ ଶପଥ ପାଠ କାର୍ଯ୍ୟକ୍ରମ ପୃଥକ , ପୃଥକ ଭାବେ ଅନୁଷ୍ଠିତ ହୋଇଯାଇଛି । ପ୍ରଶାସନ ର ନିର୍ଦ୍ଦେଶ କ୍ରମେ ସଚେତନତା ରାଳିରେ ୧୫ଜଣ ମହିଳା ସଙ୍ଘର ସଭ୍ୟ ଓ ଶପଥ ପାଠ କାର୍ଯ୍ୟକ୍ରମ ରେ ପାଞ୍ଚ ଜଣ କୋଭିଡ଼ି ସଖୀ, ଓ ସାତ ଜଣ ମହିଳା ସଙ୍ଘ ସଦସ୍ୟ ଉପସ୍ଥିତ ଥିଲେ । ଏହି ଅବସରରେ ଗଞ୍ଜାମର ଜିଲ୍ଲାର କରୋନା ସଂକ୍ରମଣ କମିଥିଲେ ବି, ଭୟ ଯାଇ ନାହିଁ । ଏହାକୁ ରୋକିବା ପାଇଁ ସଚେତନତା ହିଁ ଏକ ମାତ୍ର ମଧମ ବୋଲି ଲୋକଙ୍କୁ ବୁଝାଯାଇଥିଲା । ପ୍ରଶାସନ ର ଚିଠି ପ୍ରକାରେ ଶପଥ ପାଠ କରାଯାଇଥିଲା ।ଏହି କାର୍ଯ୍ୟକ୍ରମ ରେ ସହୟିକ ଶୈଳ ଶତପଥୀ , ୱାଡ଼ ଅଫିସର ବସୁଦେବ ସୁବୁଦ୍ଧି ପ୍ରମୁଖ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ