ଶୁକ୍ରବାର ବନ୍ଦ ରହିବ ସ୍କୁଲ୍
ବ୍ରହ୍ମପୁର ,(ଯୁଗାବ୍ଦ ନ୍ୟୁଜ୍) : ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ସମସ୍ତ ବିଦ୍ୟାଳୟ ଶୁକ୍ରବାର ବନ୍ଦ ରଖିବା ନିମନ୍ତେ ନିର୍ଦେଶ ଦେଇଛନ୍ତି ।ଗଂଜାମ ଜିଲ୍ଲାର ସମସ୍ତ ସ୍କୁଲ ଶୁକ୍ରବାର ବନ୍ଦ ରଖିବାକୁ ଜିଲ୍ଲାପାଳ ନିର୍ଦେଶ ଦେଇଥିବା ବେଳେ ବିଦ୍ୟାଳୟରେ ସମସ୍ତ ସ୍କୁଲରେ ଶିକ୍ଷକ ଓ ଶିକ୍ଷୟତ୍ରୀ ଉପସ୍ଥିତ ରହିବେ । ଏହି ନିର୍ଦେଶ ସମସ୍ତ ସରକାରୀ ଓ ବେସରକାରୀ କୁ ଲାଗୁ ରହିବ । ଯଦି କୈାଣସି ବିଦ୍ୟାଳୟ ଅବମାନନା କରନ୍ତି ତାହା ହେେ ଲ ସେମାନଙ୍କ ବିରୋଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲା ଶିକ୍ଷାଧିକାରୀ ସନାତନ ପଣ୍ଡା ସୂଚନା ଦେଇଛନ୍ତି । ବୁଧବାର ରାତ୍ରରୁ ଜିଲ୍ଲାରେ ଲଗାଣ ବର୍ଷା ଲାଗିରହିଥିବା ବେଳେ ଗୁରୁବାର ଦିନ ତମାମ ଏହା ପ୍ରଭାବ ଦେଖିବାକୁ ମିଳିଥିଲା । ଲଗାଣ ବର୍ଷା ଫଳରେ ବିଭିନ୍ନ ନଦୀର ଜଳ ସ୍ତର ବୃଦ୍ଧି ପାଇଥିବା ବେଳେ ବିଭିନ୍ନ ସ୍ଥାନରେ କୃତ୍ରିମ ବନ୍ୟା ସୃଷ୍ଟି ହେବା ସହ ଆଣ୍ଠିଏ ପାଣି ଚାଲିଥିବା ଦେଖିବାକୁ ମିଳିଛି ।ଅଳ୍ପ ସମୟ ବର୍ଷାରେ ଜନଜୀବନ ଅସ୍ତ ବ୍ୟସ୍ତ ହୋଇପଡିଥିବା ବେଳେ ଶୁକ୍ରବାର ମଧ୍ୟ ଏହାର ପ୍ରଭାବ ରହିବା ଅନୁମାନ କରାଯାଉଛି ।ସୁରକ୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଏହିପରି ପଦକ୍ଷପ ଗ୍ରହଣ କରିଛି ।ଆବଶ୍ୟକସ୍ଥଳେ ପ୍ରଭାବିତ ଲୋକଙ୍କୁ ଉଦ୍ଧାର କରି ସ୍କୁଲ ଗୁଡିକରେ ଅସ୍ଥାୟୀ ଭାବେ ଆଶ୍ରୟ ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି ।