ଭିଜିଲାନ୍ସ ଜାଲରେ ଆରଆଇ

ଗଂଜାମ ଜିଲ୍ଲା ଅନ୍ତର୍ଗତ ସୋରଡା ତହସିଲସ୍ଥିିତ ଅସୁରବନ୍ଧ ରାଜସ୍ୱ ନିରିକ୍ଷକ ବସନ୍ତ କୁମାର ମଲ୍ଲିକ ୪୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ରଙ୍ଗ ହାତରେ ଧରାପଡିଛନ୍ତି ଭିଜିଲାନ୍ସ ହାତରେ ।ଗାଜଲବାଡି ଗ୍ରାମର ଦୁଖିମଲ୍ଲିକଙ୍କ ଘରବାରି ପଟା କରାଇଦେବା ପାଇଁ ଲାଞ୍ଚ ମାଗୁଥିବା ନେଇ ବ୍ରହ୍ମପୁର ଦୁର୍ନିତୀ ନିବାରଣ କାର୍ଯ୍ୟାଳୟରେ ଅଭିଯୋଗ କରିଥିଲେ । ଏନେଇ ଭିଜିଲାନ୍ସ ଅଧ୍ୟକ୍ଷକ ମାୟାଧର ସ୍ୱାଇଁ ଗୋଟିଏ ସ୍ୱତନ୍ତ୍ର ଟିମ୍ ଗଠନ କରି ଅସୁରବନ୍ଧ ପଠାଇଥିଲେ । ଗୁରୁବାର ପ୍ରାୟ ପୂର୍ବାହ୍ନ ୪.୩୦ ସମୟରେ ପୂର୍ବ ନିର୍ଦ୍ଧାରିତ ଯୋଜନା ଅନୁଯାୟୀ ଶ୍ରୀମତି ଦୁଖି ମଲ୍ଲିକ କେମିକାଲ ବୋଳା ନଗଦ ୪୦ ହଜାର ଟଙ୍କା ପ୍ରଦାନ କରିଥିଲେ ଆରଆଇ ବସନ୍ତ କୁମାର ମଲ୍ଲିକଙ୍କୁ । ସେଠାରେ ପୂର୍ବରୁ ଛକି ରହିଥିବା ଭିଜିଲାନ୍ସ ଟିମ୍  ଚଢାଉ କରି ରେଡ୍ ହେଣ୍ଡରେ ଟଙ୍କା ଜବତ କରିବା ସହ ଆରଆଇ ବସନ୍ତଙ୍କୁ ଗିରଫ କରିଥିଲେ ।  ଏହା ପରେ ବସନ୍ତଙ୍କ ଦୁଇ ହାତ ଧୁଆ ଯାଇଥିବା  ବେଳେ ସେଥିରୁ କେମିକାଲ ବୋଳା ନାଲି ବାହାରିଥିବା ବେଳେ ଆରଆଇଙ୍କ ଡ୍ର ରୁ କେମିକାଲ ବୋଳା ନଗଦ ଟଙ୍କା ଜବତ କରିଥିଲେ । ଏନେଇ ବ୍ରହ୍ମପୁର କେସ୍ ନଂ ୨୩ ଅନୁଯାୟୀ ମାମଲା ରୁଜୁ କରି ତଦନ୍ତ ଜାରିରହିଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ