ଏନସିବିରେ ହାଜର ହେଲେ ଦୀପିକା ପାଦୁକନ
ମୁମ୍ବାଇ,((ୱାଇଏନ୍ଏସ୍): ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁର ତଦନ୍ତ ଆରମ୍ଭ ପରେ ଡ୍ରଗ୍ସ ଲିଙ୍କ ଘଟଣା ସାମ୍ନାକୁ ଆସିବା ପରେ (ଏନସିବି) ପକ୍ଷରୁ ତଦନ୍ତ ଜାରି ରହିଛି । ସମ୍ପୃକ୍ତ ଘଟଣାରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ପଚରା ଉଚରା କରାଯିବା ପରେ ବଲିଉଡର ବହୁ ବଡ଼ ବଡ଼ ତାରକାଙ୍କ ନାମ ସାମ୍ନାକୁ ଆସିଥିଲା । ରାକୁଲପ୍ରୀତ, ଦିପୀକା ପାଦୁକନ, ଶ୍ରଦ୍ଧା କପୁର, ସାରା ଅଲ୍ଲୀ ଖାନ ଙ୍କୁ ଏନସିବି ପକ୍ଷରୁ ସମନ ପଠାଯିବା ପରେ ଆଜି ଏନସିବି କାର୍ଯ୍ୟାଳୟରେ ଦିପୀକା ପାଦୁକନ ହାଜିର ହୋଇଛନ୍ତି ।