ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାର ପ୍ରଗତି ସମ୍ପର୍କିତ ସମନ୍ବୟ ବୈଠକ

ଛତ୍ରପୁର,(ଦେବଦତ୍ତ ମହାରଣା): ଛତ୍ରପୁର ଠାରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଙ୍କ ଅଧ୍ୟକ୍ଷତାରେ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଦ୍ବାରା କାର୍ଯ୍ୟକାରି ହେଉଥିବା ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାର ପ୍ରଗତି ଏବଂ ଅନ୍ୟାନ୍ୟ ଯୋଜନା ସମ୍ପର୍କିତ ସମନ୍ବୟ ବୈଠକ ଭିଡିଓ କନଫରେନ୍ସିଂ ଜରିଆରେ ଅନୁଷ୍ଠିତ ହୋଇଯାଇଛି  । ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଗୁଡିକ ପୂର୍ବରୁ ଅନୁମୋଦନ ଲାଭ କରିଛି  ଏବଂ ସେଗୁଡିକ ଯେପରି ଶତ ପ୍ରତିଶତ ଲକ୍ଷ୍ୟ ପୂରଣ ହୋଇପାରିବ ସେଥି ସକାଶେ ଦୃଷ୍ଟି ଦେବାକୁ ସମସ୍ତ ଲାଇନ୍ ବିଭାଗୀୟ ଅଧିକାରୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏବଂ ସଂପୃକ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ଜଣାଇଥିଲେ  । ମୋ ବାରି ବଗିଚା ଯୋଜନାରେ ହିତାଧିକାରୀଗଣ ଯେପରି ଅଧିକ ଲାଭବାନ ହୋଇପାରିବେ ସେ ଦିଗରେ ତତ୍ପରତା ପ୍ରକାଶ କରିବାକୁ ଜିଲ୍ଲାପାଳ ପ୍ରବର୍ତ୍ତାଇ ଥିଲେ  । ଯେଉଁ ବ୍ଲକ୍ ରେ ଯେଉଁ ଯୋଜନା ଗୁଡିକ ସଫଳତା ଲାଭ କରିଛି ଓ ହିତାଧିକାରୀ ଅଧିକ ପରିମାଣରେ ଲାଭବାନ ହେଉଛନ୍ତି ସେହି ବ୍ଲକ୍ କୁ ଅନ୍ୟ ବ୍ଲକ୍ ର ବୈଷୟିକ ଯନ୍ତ୍ରୀ ଏବଂ ସଂପୃକ୍ତ ଅଧିକାରୀ ପରିଦର୍ଶନ କରି ତାହା ନିଜ ବ୍ଲକ୍ ରେ ମଧ୍ୟ କାର୍ଯ୍ୟକାରୀ କରାଇ ପାରିବେ  । ଗୋଷ୍ଠୀ ଉନ୍ନୟନ ଅଧିକାରୀଗଣ ନିଜେ କ୍ଷେତ୍ର ପରିଭ୍ରମଣ କରି କାର୍ଯ୍ୟ ଗୁଡିକୁ ତଦାରଖ କଲେ କାର୍ଯ୍ୟ ଶୈଳୀ ଉନ୍ନତ ମାନର ହେବ  । ଗାଈ ନିମନ୍ତେ ଚାରା କିପରି ଉତ୍ପାଦିତ ହୋଇପାରିବ ସେଥିସକାଶେ ୧୧ ହଜାର ଏକର ନିମନ୍ତେ ଲକ୍ଷ୍ୟ ରଖାଯାଇଛି  । ତନ୍ମଧ୍ୟରୁ ୬୭୮ ହଜାର ଅନୁମୋଦନ ହୋଇଛି  । ତାହା ଚଳିତ ମାସ ଶେଷ ସୁଦ୍ଧା ଯେପରି କାର୍ଯ୍ୟ ଆରମ୍ଭ ହେବ ତାହାନେଇ ଗୁରୁତ୍ବ ଦିଆଯାଇଛି  । ଓଡିଶା ଜିବୀକା ମିଶନ୍, ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଓ ଉଦ୍ୟାନ ବିଭାଗର ମିଳିତ ଆନୁକୂଲ୍ୟରେ କାର୍ଯ୍ୟକ୍ରମ କିଭଳି ସମ୍ପନ୍ନ ହେବ ସେଥି ସକାଶେ ସୁବିସ୍ତୃତ ଆଲୋଚନା ହୋଇଛି  ।ଏହି ସମନ୍ବୟ ବୈଠକରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଦେ ଦତ୍ତାତ୍ରେୟ ଭାଉ ସାହେବ ସମସ୍ତ କାର୍ଯ୍ୟ ସମ୍ପର୍କରେ ଅବଗତ କରାଇଥିଲେ  । ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଜ୍ୟୋତି ଶଙ୍କର ରାୟ, ଖଣ୍ଡିୟ ବନ ଅଧିକାରୀ ଅମ୍ଲାନ ନାୟକ, ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ବୈଷୟିକ ସଞ୍ଜୟ କୁମାର ରଥ, ପ୍ରକଳ୍ପ ନିର୍ଦ୍ଦେଶକ ଓ୍ବାଟର ସେଡ୍ ପ୍ରଶାନ୍ତ କୁମାର ହଜାରୀ, ସମସ୍ତ ଲାଇନ୍ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ  ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ