କୋରୋନା ପରବର୍ତୀ ପଦକ୍ଷେପ ନେଇ ସାମ୍ବାଦିକମାନଙ୍କ ଭୂମିକା ଶୀର୍ଷକ ଆଲୋଚନା ଚକ୍ର

ଫୁଲବାଣୀ, (ପ୍ରଶାନ୍ତ କୁମାର ବେହେରା) : ସ୍ଥାନୀୟ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସ୍ୱାତୀର କାର୍ଯ୍ୟାଳୟଠାରେ ଆନ୍ତର୍ଜାତୀୟ ଅନୁଷ୍ଠାନ ସେଭ୍ ଦି ଚିଲ୍‌ଡ୍ରେନ୍ ସହାୟତାରେ କୋରୋନା ବିରୋଧରେ ଲଢ଼େଇ ଓ ବାଲ୍ୟ ବିବାହ ବନ୍ଦ କରିବାରେ ସାମ୍ବାଦିକମାନଙ୍କ ଭୂମିକା ସମ୍ପର୍କୀତ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଦୈନିକ ଖବରକାଗଜ ସମ୍ବାଦର ଜିଲ୍ଲା ପ୍ରତିନିଧି ବଟକୃଷ୍ଣ ବିହାରୀ, ଓଟିଭି ପ୍ରତିନିଧି ତ୍ରିନାଥ ସାହୁ, ଇଟିଭି ପ୍ରତିନିଧି ସଦାଶିବ ପାତ୍ର ପ୍ରମୁଖ ଯୋଗଦେଇ ଜିଲ୍ଲାରେ ଚାଲିଥିବା କୋଭିଡ୍ ନିୟନ୍ତ୍ରଣ ସମ୍ପର୍କରେ ତଥ୍ୟ ରଖିବା ସହ ଯନ୍ନହୀନତା ଭାବେ ଏଥିରେ ସଂକ୍ରମିତ ହୋଇ କିପରି ଜନସାଧାରଣ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ତାହା ଆଲୋକପାତ କରିଥିଲେ । ସ୍ୱାତୀର ସମ୍ପାଦକ ଇଂ.ହରିଶଙ୍କର ରାଉତ କୋଭିଡ୍ ସମୟର ଅନୁଭୂତି ବାଂଟିବା ସହ ଏହି ଭୂତାଣୁ ସମ୍ପର୍କୀତ ସମସ୍ତ ତଥ୍ୟ କିପରି ଗାଁ ସ୍ତରରେ ବସବାସ କରୁଥିବା ଶେଷ ପରିବାର ପାଖରେ ପହଂଚା ଯାଇପାରିବ ସେ ଦିଗରେ ସମସ୍ତେ ଚେଷ୍ଟିତ ହେବା ପାଇଁ ଆହ୍ୱାନ ଦେଇଥିଲେ । ସେଭ୍ ଦି ଚିଲ୍‌ଡ୍ରେନ୍‌ର ସହାକରୀ ପରିଚାଳକ ମନୋଜ କୁମାର ମିଶ୍ର କାର୍ଯ୍ୟକ୍ରମ ମାଧ୍ୟମରେ ମହାମାରୀ ସମୟରେ ଘଟୁଥିବା ବାଲ୍ୟ ବିବାହର ସମ୍ପାଦନା, ରୋଜଗାର ହରାଇବା ଭୟ ଓ ଦାରିଦ୍ର‌୍ୟତାକୁ କିପରି ଗାଁ ସ୍ତରରେ ଦୂରେଇ ଦିଆଯାଇପାରିବ ସେଥିପାଇଁ କିଶୋରୀ ବାଳିକାଙ୍କଠାରୁ ଆରମ୍ଭ କରି ସମାଜର ଚତୁର୍ଥ ସ୍ତମ୍ଭ କୁହାଯାଉଥିବା ସାମ୍ବାଦିକ ବନ୍ଧୁମାନଙ୍କ ପର୍ଯ୍ୟନ୍ତ ସମସ୍ତେ ମିଳିମିଶି କାର୍ଯ୍ୟ କରିବାର ସମୟ ଆସିଛି ବୋଲି କହିଥିଲେ । ସ୍ୱାତୀର ଅଧ୍ୟକ୍ଷ ପ୍ରଶାନ୍ତ ଶତପଥି କୋଭିଡ୍ ସହ ଲଢ଼େଇ ଜାରି ରଖିବାକୁ ସମସ୍ତଙ୍କୁ ଉତ୍ସାହିତ କରିଥିବା ବେଳେ ଅନୁଷ୍ଠାନର କୋଷାଧ୍ୟକ୍ଷ ଶାନ୍ତନୁ କୁମାର ମିଶ୍ର କୋରୋନା ଭୂତାଣୁ ମନୁଷ୍ୟକୁ ବିଭିନ୍ନ ଶିକ୍ଷା ଦେବା ସହ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ପାଇଁ ଏକ ପ୍ରତିଯୋଗିତା ଆରମ୍ଭ ହୋଇଯାଇଥିବା କଥା କହିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମକୁ ପ୍ରଦୀପ କୁମାର ସ୍ୱାଇଁ ପରିଚାଳନା କରିଥିବା ବେଳେ କ୍ଷେତ୍ର ସ୍ଥଳରୁ ଆସିଥିବା ଚାଇଲ୍ଡ ଚମ୍ପିଆନ୍ ଜଲି ନାୟକ, ଯମୁନା ପ୍ରଧାନ, ସସ୍ମିତା ସାହୁ ପ୍ରମୁଖ କୋଡିଡ୍‌-୧୯ ସମୟରେ କରିଥିବା କାର୍ଯ୍ୟକ୍ରମ ଗୁଡ଼ିକୁ ଉପସ୍ଥାପନା କରି ପ୍ରଶଂସ।। ପାଇଥିଲେ । ଉପରୋକ୍ତ ସମସ୍ତ କାର୍ଯ୍ୟକ୍ରମକୁ ବୈଦ୍ୟନାଥ ଖଟୁଆ, ଅଶୋକ କୁମାର ତ୍ରିପାଠୀ, ବିଶ୍ୱରଞ୍ଜନ କର, ସର୍ବେଶ୍ୱର ସାହୁ ପ୍ରମୁଖ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ