ଭାରତର ପ୍ରଥମ ପ୍ରଧାମନ୍ତ୍ରୀ ଜବାହାର ଲାଲ ନେହେରୁଙ୍କୁ ଜିପରେ ବସାଇ ହୀରାକୁଦ ଓ ଟିକରପଡା ନେଇଥିବା ଡ୍ରାଇଭର କିଶୋରଙ୍କ ଦେହାନ୍ତ ।

ଫୁଲବାଣୀ, (ପ୍ରଶାନ୍ତ କୁମାର ବେହେରା) : ଫୁଲବାଣୀର ଜଣେ ବରିଷ୍ଠ ନାଗରିକ ତଥା ଦୀର୍ଘବର୍ଷ ଧରି ଅବିଭାଜିତ ବୌଦ୍ଧ-ଫୁଲବାଣୀ ଜିଲ୍ଲାର ଜିଲ୍ଲାପାଳଙ୍କ ଡ୍ରାଇଭର ଭାବରେ କାର୍ଯ୍ୟକରି ଥିବା କିଶୋର ଚନ୍ଦ୍ର ପାଢୀ ତାଙ୍କର ପିଆନପଡା ବାସ ଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ବୟଷ ହୋଇଥିଲା । ମୃତ୍ୟୁ ଶଯ୍ୟାରେ ତାଙ୍କ ନିକଟରେ ତାଙ୍କର ଦୁଇ ପୁଅ ଏବଂ ଦୁଇ ଝିଅଙ୍କ ସମେତ ତାଙ୍କ ପତ୍ନୀ ଉପସ୍ଥିତ ଥିଲେ । ସ୍ୱର୍ଗତ ପାଢୀ ଅବିଭାଜିତ ବୌଦ୍ଧ-ଫୁଲବାଣୀ ଜିଲ୍ଲାର ଜିଲ୍ଲାପାଳଙ୍କର ଡ୍ରାଇଭର ଭାବରେ ବହୁ ବର୍ଷ ଧରି କାର୍ଯ୍ୟ କରିଥିଲେ । ଏହାସହିତ ତତ୍କାଳୀନ ଫୁଲବାଣୀ ଜିଲ୍ଲାର ଦୁର୍ଗମ ଅଂଚଳରେ ଜିଲ୍ଲାରେ କାର୍ଯ୍ୟ କରିଥିବା ଜିଲ୍ଲାପାଳ ମାନଙ୍କ ଜିପକୁ ନିରାପଦରେ ଏବଂ ନିର୍ଭୀକ ଭାବରେ ଚଲାଇବା କାମ କରିଥିଲେ ସେଥିପାଇଁ ତାଙ୍କୁ ବିଭିନ୍ନ ଜିଲ୍ଲାପାଳମାନେ ତାଙ୍କର ଗାଡି ଚାଳନା ତଥା ତାଙ୍କର ସିଷ୍ଟତା ଭରା ବ୍ୟବହାରକୁ ପ୍ରସଂଶା କରିଥିଲେ । ତାଙ୍କ ଜୀବନ କାଳରେ ସେ ଭାରତର ପ୍ରଥମ ପ୍ରଧାନ ମନ୍ତ୍ରୀ ଜବାହାରଲାଲ ନେହେରୁଙ୍କୁ ଜିପରେ ବସାଇ ବୌଦ୍ଧ ଅଂଚଳରେ ଥିବା କିଆକଟା ଠାରୁ ଡଙ୍ଗାରେ ମହାନଦୀ ପାର କରାଇବା ସହିତ ରେଢାଖୋଲରୁ ସମ୍ବଲପୁର ହୀରାକୁଦ ଡ୍ୟାମକୁ ନେବା ଓ ଟିକରପଡା କୁ ମଧ୍ୟ ତାଙ୍କୁ ଜିପରେ ବସାଇ ନେବାର ସୁଯୋଗ ପାଇଥିଲେ । ୧୯୮୨ ମସିହାରେ ବନ୍ୟା ସମୟରେ ମଧ୍ୟ ସେ ତତ୍କାଳୀନ ଫୁଲବାଣୀ ଜିଲ୍ଲାର ଜିଲ୍ଲାପାଳ ଉଜ୍ଜଲ ସିଂ ଭାଟିଆଙ୍କୁ ମଧ୍ୟ ସେ ନିର୍ଭିକ ଭାବରେ ଉଭୟ ବୌଦ୍ଧ ଓ ଫୁଲବାଣୀ ଅଂଚଳରେ ବନ୍ୟା ସ୍ଥିତି ଦେଖିବାପାଇଁ ନିର୍ଭିକ ଭାବରେ ତାଙ୍କ ଗାଡିରେ ବୁଲାଇଥିଲେ । ଜିଲ୍ଲାର କୋଣର ଭୌଗୋଳିକ ସ୍ଥିତି ବାବଦରେ ସେ ଟିକିନିକି ଭାବରେ ଅବଗତ ଥିବାରୁ ତାଙ୍କୁ ଦେଶ ତଥା ରାଜ୍ୟର ଉଚ୍ଚ ପଦାଧିକାରୀ ଓ ରାଜନେତା ମାନେ ଜିଲ୍ଲାକୁ ଗସ୍ତ ସମୟରେ ତାଙ୍କୁ ଖୋଜୁଥିଲେ । ସେ ଜଣେ ମିଷ୍ଟଭାସି ଓ ନିର୍ଭିକ ବ୍ୟକ୍ତିତ୍ୱର ମଣିଷ ଥିଲେ । ତାଙ୍କର ଦେହାନ୍ତରେ ଜିଲ୍ଲାରେ ଥିବା ପୁରୁଣା ଲୋକଙ୍କ ଭିତରେ ଦୁଖଃ ଦେଖାଦେଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ