ସାର କଳାବଜାର ଅଭିଯୋଗ!ଚାଷୀ ହନ୍ତସନ୍ତ

କୋଦଳା, (ଗୁଲସନ କୁମାର କର):ଗଞ୍ଜାମ ଜିଲା ବେଗୁନିଆପଡା ବ୍ଲକ ଓ କୋଦଳା ଏନଏସିରେ ଏବେ ୟୁରିଆ ସାର ଅଭାବ ଦେଖାଦେଇଛି। ଆବଶ୍ୟକ ପରିମାଣର ସାର ମିଳୁ ନ ଥିବାରୁ ଚାଷୀଙ୍କ ଚିନ୍ତା ବଢ଼ିଯାଇଛି। ଏହାର ଫାଇଦା ଉଠାଇ କେତେକ ଅସାଧୁ ବ୍ୟବସାୟୀ ଚଢ଼ା ଦରରେ ସାର ବିକ୍ରି କରୁଥିବାବେଳେ ପ୍ରଶାସନ ପକ୍ଷରୁ ଏଥିପ୍ରତି ଦୃଷ୍ଟ ଦିଆଯାଉ ନ ଥିବାରୁ ଅସନ୍ତୋଷ ଦେଖାଦେଇଛି। ଗୁଲସନ କୁମାର କର ୬୦ ପ୍ରତିଶତ ଲୋକ ଚାଷକୁ ଜୀବିକା କରିଥିବା ବେଳେ ସେମାନଙ୍କୁ ସମସ୍ତ ସରକାରୀ ସୁବିଧା ଏବଂ ସବ୍‌ସିଡି ମାଧ୍ୟମରେ ଉପକରଣ ଯୋଗାଇ ଦିଆଯାଉ ନାହିଁ। ଚଳିତ ବର୍ଷ ଯେତିକି ବର୍ଷା ହୋଇଛି ସେଥିରେ ଚାଷୀମାନେ ଧାନ ଚାଷ କରିଛନ୍ତି। ହେଲେ ଏବେ ସାର ମିଳୁ ନ ଥିବା ଯୋଗୁ ଚାଷୀମାନେ ଚିନ୍ତିତ ହୋଇପଡ଼ିଛନ୍ତି। ବ୍ଲକ ପାଇଁ ୩ ହଜାର କୁଇଣ୍ଟାଲ ସାର ଆବଶ୍ୟକ ଥିବାବେଳେ ମାତ୍ର ଅଳ୍ପ ପରିମାଣର ୟୁରିଆ ଆସିଛି। ସୋସାଇଟି ଓ ଅନେକ ଗ୍ରାମରେ ସାର ବିକ୍ରି କରିବା ପାଇଁ ସରକାରଙ୍କ ପକ୍ଷରୁ ଲାଇସେନ୍ସ ବଣ୍ଟନ କରାଯାଇଛି। ହେଲେ ଅନେକ ସୋସାଇଟିରେ ଚଳିତ ବର୍ଷ ସାର ବିକ୍ରି କରାଯାଉ ନାହିଁ। ସାର ଅଭାବ ଯୋଗୁଁ କେତେକ ଅସାଧୁ ବ୍ୟବସାୟୀମାନେ ଏହାର ଫାଇଦା ନେଇ ସାର ୨ଗୁଣା ଦରରେ ବିକ୍ରି କରୁଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। କିଛିଦିନ ତଳେ ସାର ନମିଳିବା ଯୋଗୁଁ ଜିଲ୍ଲା ବ୍ୟାପି ତହସିଲ ଅଫିସ ଘେରାଉ ହୋଇଥିଲା। କୃଷି ବିଭାଗ ପକ୍ଷରୁ ସେଭଳି କୌଣସି ପଦକ୍ଷେପ ନିଆଯାଉ ନ ଥିବାରୁ କଳା ବ୍ୟବସାୟୀମାନେ ଏହାର ଫାଇଦା ଉଠାଉଥିବା ସାଧାରଣରେ ଅଭିଯୋଗ ହେଉଛି। ୟୁରିଆ ମିଳୁନାହିଁ। ସୋସାଇଟିରେ ସାର ନଥିବାବେଳେ ବାହାର ଦୋକାନ ଗୁଡ଼ିକରୁ ୨ ଗୁଣ ଦରରେ କିଣି ବ୍ୟବହାର କରାଯାଉଛି। ସରକାର ଓ କୃଷି ବିଭାଗ ଏଥିପ୍ରତି ଦୃଷ୍ଟି ଦିଅନ୍ତୁ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ