ବସ୍-ଟ୍ରକ ମୁହାଁମୁହିଁ ,୨୦ ଆହାତ ,୪ ଗୁରୁତର
ରାଉରକେଲା : ସୁନ୍ଦରଗଡ ଜିଲ୍ଲା ୧୪୩ ନଂ ଜାତୀୟ ରାଜପଥ କୁଆରମୁଣ୍ଡା ନିକଟରେ ସିଟି ବସ୍ ସହ ଟ୍ରକ ମୁହାଁମୁଡିଁ ଧକ୍କା ହେବା ଫଳରେ ୨୦ ଜଣ ଆହାତ ହୋଇଛନ୍ତି । ଆହତ ମାନଙ୍କ ମଧ୍ୟରେ ୪ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ମିଳିଥିବା ସୂଚନା ଅନୁଯାୟୀ ବସଟି ବିରମିତ୍ରପୁରରୁ ଝୁରମୁରରୁ ରାଉରକେଲା ଆସୁଥିବା ବେଳେ ଦିନ ୧୨ ଟା ବେଳେ ଏହି ଦୂର୍ଘଟଣା ଘଟିଥିଲା । ସମସ୍ତ ଆହାତ ମାନଙ୍କୁ ୁଉଦ୍ଧାର କରାଯାଇ ସରକାରୀ ହସପିଟାଲରେ ଭର୍ତ୍ତିକରାଯାଇଛି ।