ନାବାଳିକାଙ୍କୁ ଯୌନ ନିର୍ଯାତନା ଅଭିଯୋଗ: ମୁଖ୍ୟ ଅଭିଯୁକ୍ତ ଗିରଫ

ନାଉଗାଁ  (ପ୍ରଦୋଷ ମହାନ୍ତି): ଜଣେ କଲେଜ ପଢୁଆ ନାବାଳିକାଙ୍କୁ ଯୌନ ନିର୍ଯାତନା ଓ ଧମକ ଦେବା ଅଭିଯୋଗରେ ନାଉଗାଁ ପୁଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ଗିରଫ ଯୁବକ ହେଲେ ବବୁଲୁ ଓରଫ ବିକାଶ ଭୂୟାଁ (୨୧)। ତାଙ୍କ ଘର ଜଗତସିଂହପୁର ଥାନା ଅଞ୍ଚଳର ବରଢୀ ଗ୍ରାମରେ ବୋଲି ପୁଲିସ ସୂଚନା ଦେଇଛି। ପୁଲିସ ସୂଚନା ଅନୁଯାୟୀ, ୨୮ ତାରିଖ ରାତିରେ ନାବାଳିକା ଜଣକ ତାଙ୍କ ମାଆଙ୍କ ସହ ଅଲଣା ପଞ୍ଚାୟତ ନୂଆପାଟଣା ରୁ ଘରକୁ ଫେରୁଥିବା ସମୟରେ ଅଭିଯୁକ୍ତ ବିକାଶ ଓ ଅନ୍ୟ ଦୁଇଜଣ ତାଙ୍କୁ ଅଟକାଇଥିବା ଅଭିଯୋଗ ହୋଇଛି। ଝିଅକୁ ଉଦ୍ଧାର କରିବାକୁ ମାଆ ଚେଷ୍ଟା କରିବାରୁ ତାଙ୍କୁ ମାଡ଼ ମାରିବା, ଅସଦାଚରଣ କରିବା ଓ ଧମକ ଦେବା ସହ ନାବାଳିକାଙ୍କୁ ଯୌନ ନିର୍ଯାତନା ଦିଆଯାଇଥିବା ଅଭିଯୋଗରେ ରହିଛି। ମାଆଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚିବାରୁ ଅଭିଯୁକ୍ତମାନେ ସେଠାରୁ ଚାଲିଯାଇଥିବା ଜଣାପଡ଼ିଛି।ପରେ ଅଭିଯୁକ୍ତମାନେ ନାବାଳିକାଙ୍କ ଘରକୁ ଯାଇ ଗାଳିଗୁଲଜ କରିବା ସହ ଜୀବନ ପ୍ରତି ବିପଦର ଧମକ ଦେଇଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି। ଏନେଇ ୨୯ ତାରିଖ ରାତିରେ ନାଉଗାଁ ଥାନାରେ ଅଭିଯୋଗ ହେବା ପରେ ପୁଲିସ କେସ୍‌ ନଂ ୨୨୩/୨୦୨୬ ରୁଜୁ କରି ବିଏନଏସର ବିଭିନ୍ନ ଧାରା ସହ ପୋସ୍କୋ ଆଇନରେ ମାମଲା ରୁଜୁ କରିଥିଲା।ମାମଲାର ମୁଖ୍ୟ ଅଭିଯୁକ୍ତ ବିକାଶ ଭୂୟାଁଙ୍କୁ ପୁଲିସ ଗିରଫ କରି ବୁଧବାର ଅଦାଲତରେ ହାଜର କରିଥିଲା। ଅଦାଲତ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇଥିବା ପୁଲିସ ପକ୍ଷରୁ କୁହାଯାଇଛି। ଘଟଣାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତମାନଙ୍କ ସମ୍ପର୍କରେ ତଦନ୍ତ ଜାରି ରହିଥିବା ଥାନାଧିକାରୀ ଦେବାଶିଷ ପଣ୍ଡା ସୂଚନା ଦେଇଛନ୍ତି  ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ