ସ୍ୱଚ୍ଛ ଭାରତ ମିଶନର ୬ ବର୍ଷ ପୂର୍ତ୍ତି ପାଳନ

ନୂଆ ଦିଲ୍ଲୀ:ଆବାସ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ଅକ୍ଟୋବର ୨, ୨୦୨୦ରେ ‘ସ୍ୱଚ୍ଛତା କେ ୬ ସାଲ, ବେମିସାଲ’ ଶୀର୍ଷକ ୱେବିନାର ଆୟୋଜନ କରି ସ୍ୱଚ୍ଛ ଭାରତ ମିଶନ- ସହର (ଏସବିଏମ- ୟୁ)ର ୬ ବର୍ଷ ପୂର୍ତ୍ତି ପାଳନ କରିବ । ଏହିଦିନ ମହାତ୍ମା ଗାନ୍ଧୀଙ୍କ ୧୫୧ତମ ଜୟନ୍ତୀ ପାଳିତ ହେଉଥିବାରୁ ରାଜ୍ୟ ଓ ସହର ତଥା ଅଂଶୀଦାର ସଂଗଠନଗୁଡିକ ଅଭିଜ୍ଞତା ବାଂଟିବା ସହ ଏହି ମିଶନ ଅନୁଯାୟୀ ଗତ ୬ ବର୍ଷ ମଧ୍ୟରେ ମିଳିଥିବା ସଫଳତାକୁ ମନେ ପକାଯିବ । ଆବାସ ଓ ସହରାଞ୍ଚଳ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ଶ୍ରୀ ହରଦୀପ ସିଂହ ପୁରୀ, ମନ୍ତ୍ରଣାଳୟର ସଚିବ ଶ୍ରୀ ଦୁର୍ଗାଶଙ୍କର ମିଶ୍ର ଓ ଅତିରିକ୍ତ ସଚିବ କାମରାନ ରିଜଭିଙ୍କ ସହ ଏହି ୱେବିନାରରେ ଅଧ୍ୟକ୍ଷତା କରିବେ ।
ସାରା ଦେଶରେ କାର୍ଯ୍ୟକାରୀ ବର୍ଜ୍ୟ ପରିଚାଳନା ପ୍ରବନ୍ଧନ (ଏସଡବ୍ଲୁଏମ) ପାଇଁ ନବୀନତମ ପ୍ରକ୍ରିୟାକୁ ଦର୍ଶାଉଥିବା ସଂକ୍ଷିପ୍ତ ଓ ସକ୍ରିୟ ଜିଆଇଏସ ପୋର୍ଟାଲ ଜାରି କରିବେ । ଏହାବ୍ୟତୀତ ଭାରତୀୟ ସହରଗୁଡିକର କୋଭିଡ-୧୯ ମୁକାବିଲା ସମ୍ପର୍କରେ ଦସ୍ତାବିଜ, ଏନଆଇୟୁଏ ଦ୍ୱାରା ପ୍ରସ୍ତୁତ ସ୍ୱଚ୍ଛତା ଦୃଷ୍ଟିକୋଣ, ନଗର ପ୍ରବନ୍ଧନ କେନ୍ଦ୍ର (ୟୁଏମସି) ଦ୍ୱାରା ସଫେଇ କର୍ମଚାରୀଙ୍କ ସୁରକ୍ଷା ପାଇଁ ନ୍ୟାସନାଲ ଫିକଲ ସ୍ମଜ ଆଣ୍ଡ ସିପେଜ ମ୍ୟାନେଜମେଂଟ (ଏନଏଫଏସଏସଏମ) ଦ୍ୱାରା ସଂକଳିତ ପ୍ରେରଣାଦାୟକ ଗଳ୍ପ ସଂଗ୍ରହ ଫ୍ରଣ୍ଟ ଲାଇନ ଷ୍ଟୋରିଜ ଅଫ ରେଜିଲିଏନ୍ସ: ଇଣ୍ଡିଆଜ ସାନିଟେସନ ଚାମ୍ପିୟନ୍ସ ମଧ୍ୟ ମନ୍ତ୍ରଣାଳୟ ଦ୍ୱାରା ଉନ୍ମୋଚିତ ହେବ ।
ଅଧିବେଶନର ଦ୍ୱିତୀୟ ଭାଗରେ ରାଜ୍ୟ ଓ ସହରଗୁଡିକ ଗତ ୬ ବର୍ଷର ଅଭିଜ୍ଞତା ବାଣ୍ଟିବେ ଓ ସ୍ୱଚ୍ଛତମ ଭାରତ ଦିଗରେ ନୂଆ ପଦକ୍ଷେପ ସମ୍ପର୍କରେ ରୂପରେଖ ପ୍ରସ୍ତୁତ କରାଯିବ । ଏହି ଆୟୋଜନରେ ସମସ୍ତ ଅଂଶୀଦାରଙ୍କୁ ଅନ୍ୟଠାରୁ କିଛି ଶିଖିବା ଓ ମିଶନର ଆଗାମୀ ପର୍ଯ୍ୟାୟ ସମ୍ପର୍କରେ ଚିନ୍ତା କରିବାର ସୁଯୋଗ ମିଳିବ ।
୨୦୧୪ରେ ଆରମ୍ଭ ବେଳଠାରୁ ହିଁ ଏସବିଏମ-ୟୁ ସ୍ୱଚ୍ଛତା ଓ କଠିନ ବର୍ଜ୍ୟ ପ୍ରବନ୍ଧନ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଗତି କରିଛି । ଏପର୍ଯ୍ୟନ୍ତ ୪୩୨୭ ନଗର ସ୍ୱାୟତ୍ତ ସଂସ୍ଥା(ୟୁଏଲବି)କୁ ଓଡିଏଫ ଘୋଷଣା କରାଯାଇଛି । ଏଠାରେ ୬୮ ଲକ୍ଷ ବ୍ୟକ୍ତିଗତ ଘରୋଇ ଶୌଚାଳୟ ଓ ୬ ଲକ୍ଷରୁ ଅଧିକ ସାର୍ବଜନୀନ ଶୌଚାଳୟ ନିର୍ମିତ ହୋଇଛି । ଯାହା ଅଭିଯାନର ଲକ୍ଷ୍ୟ ଠାରୁ ବେଶ ଅଧିକ । ଓଡିଏଫ+ ଓ ୪୮୯ ସହର ଓଡିଏଫ++ ପ୍ରୋଟୋକଲ ମାଧ୍ୟମରେ ସାମଗ୍ରିକ ସ୍ୱଚ୍ଛତା ଲକ୍ଷ୍ୟ ହାସଲକୁ ଅଭିଯାନର ଲକ୍ଷ୍ୟ ଧାର‌୍ୟ୍ୟ କରାଯାଇଛି । ୧୩୧୯ ସହର ପ୍ରମାଣିତ ଓଡିଏଫ + ଓ ୪୮୯ ସହର ପ୍ରମାଣିତ ଓଡିଏଫ++କୁ ଅଭିଯାନରେ ଗୁରୁତ୍ୱ ଦିଆଯାଉଛି । ଏହାବ୍ୟତୀତ ୨୯୦୦ରୁ ଅଧିକ ସହରରେ ୫୯,୯୦୦ ଶୌଚାଳୟ ସମ୍ପର୍କରେ ସୂଚନା ଗୁଗୁଲ ମ୍ୟାପରେ ଦର୍ଶାଯାଇଛି । କଠିନ ବର୍ଜ୍ୟ ପରିଚାଳନା କ୍ଷେତ୍ରରେ ୯୭ ପ୍ରତିଶତରୁ ଅଧିକ ୱାର୍ଡରେ ଘର ଘର ବୁଲି ଆବର୍ଜନା ସଂଗ୍ରହ କରାଯାଉଛି, ୭୭ ପ୍ରତିଶତ ୱାର୍ଡରେ ବର୍ଜ୍ୟ ଉତ୍ସ ପୃଥକୀକରଣ ଓ ୬୭ ପ୍ରତିଶତ ୱାର୍ଡରେ ବର୍ଜ୍ୟ ପ୍ରକ୍ରିୟାକରଣ କରାଯାଇଛି । ଯାହା ୨୦୧୪ର ୧୮ ପ୍ରତିଶତ ସ୍ତର ଠାରୁ ଚାରି ଗୁଣ ଅଧିକ । ଏହି ପରିପ୍ରେକ୍ଷୀରେ ଆବର୍ଜନା ମୁକ୍ତ ସହରଗୁଡିକ ପାଇଁ ଆବାସ ଓ ନଗର ବ୍ୟାପାର ମନ୍ତ୍ରଣାଳୟର ଷ୍ଟାର ରେଟିଂ ପ୍ରୋଟୋକଲ ଅନୁଯାୟୀ ଇନ୍ଦୋର, ଅମ୍ବିକାପୁର, ନବି ମୁମ୍ବାଇ, ସୁରତ, ରାଜକୋଟ ଓ ମହୀଶୂରକୁ ୫ ତାରକା ସହର, ୮୬ ସହରକୁ ୩ ତାରକା ଓ ୬୪ ସହରକୁ ଏକ ତାରକା ସହରର ମାନ୍ୟତା ପ୍ରଦାନ କରାଯାଇଛି । ଏହି ସରକାରୀ କାର୍ଯ୍ୟକ୍ରମ ଏବେ ଏକ ଆନ୍ଦୋଳନରେ ପରିଣତ ହୋଇଛି । ଏହି ଜନ ଆନ୍ଦୋଳନରେ ୨୦୨୦ରେ ୧୨ କୋଟି ନାଗରିକଙ୍କ ଭାଗିଦାରୀ ରେକର୍ଡ ହୋଇଛି । ଆବାସ ଓ ନଗର ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ହେଉଥିବା ବାର୍ଷିକ ସର୍ବେକ୍ଷଣକୁ ସ୍ୱଚ୍ଛ ସର୍ବେକ୍ଷଣ କୁହାଯାଏ । ଏହି ଅଭିଯାନରେ ସମାଜର ସବୁ ବର୍ଗ ମଧ୍ୟରେ ସମାନତା ଓ ସମଗ୍ରତା ସୁନିଶ୍ଚିତ କରିବା ପାଇଁ ମହାତ୍ମା ଗାନ୍ଧୀଙ୍କ ସ୍ୱପ୍ନ ଅନୁସାରେ ସମସ୍ତ ସଫେଇ କର୍ମଚାରୀ ଓ ଅନୌପଚାରିକ ବର୍ଜ୍ୟ ସଂଗ୍ରହକାରୀଙ୍କୁ ଅଳିଆଙ୍କୁ ଉନ୍ନତ ଜୀବିକା ପ୍ରଦାନ ଉପରେ ଗୁରୁତ୍ୱ ପ୍ରଦାନ କରାଯାଉଛି । ଅଭିଯାନ ମାଧ୍ୟମରେ ୮୪ ହଜାରରୁ ଅଧିକ ଅନୌପଚାରିକ ବର୍ଜ୍ୟ ସଂଗ୍ରହକାରୀଙ୍କୁ ମୁଖ୍ୟସ୍ରୋତରେ ଯୋଡା ଯାଇଛି, ୫.୫ ଲକ୍ଷରୁ ଅଧିକ ସଫେଇ କର୍ମଚାରୀଙ୍କୁ ବିଭିନ୍ନ କଲ୍ୟାଣମୂଳକ ଯୋଜନାରେ ସାମିଲ କରାଯାଇଛି ।ୟୁଏଲବି କର୍ମଚାରୀ ଓ ଅଧିକାରୀମାନଙ୍କ ଦକ୍ଷତା ବୃଦ୍ଧି ଅଭିଯାନର ଗୁରୁତ୍ୱପୂର୍ଣ୍ଣ ଅଂଶ । ଏଥିପାଇଁ ମନ୍ତ୍ରଣାଳୟ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଅର୍ବାନ ଆଫାୟାର୍ସ (ଏନଆଇୟୁଏ) ସହାୟତାରେ ୧୫୦ରୁ ଅଧିକ କର୍ମଶାଳା ଆୟୋଜନ କରିଛି । ଯେଉଁଥିରେ ୩୨ ଶହରୁ ଅଧିକ ୟୁଏଲବିର ୬ ହଜାରରୁ ଅଧିକ ପଦାଧିକାରୀଙ୍କ ସାମିଲ ହୋଇଛନ୍ତି ।ସ୍ୱଚ୍ଛ ଭାରତ ଅଭିଯାନ ଭାରତ ସରକାରଙ୍କ ଏକ ପ୍ରମୁଖ କାର‌୍ୟ୍ୟକ୍ରମ । ମାନନୀୟ ପ୍ରଧାନମନ୍ତ୍ରୀ ଅକ୍ଟୋବର ୨, ୨୦୧୪ରେ ନୂଆଦିଲ୍ଲୀର ରାଜଘାଟ ଠାରେ ଏହି ଅଭିଯାନର ଶୁଭାରମ୍ଭ କରିଥିଲେ । ଜାତିର ପିତାଙ୍କ ୧୫୦ ତମ ଜୟନ୍ତୀ ଅବସରରେ ଅକ୍ଟୋବର ୨, ୨୦୧୯ ସୁଦ୍ଧା ସ୍ୱଚ୍ଛ ଭାରତ ଲକ୍ଷ୍ୟ ହାସଲ କରିବା ଏହି ଅଭିଯାନର ଲକ୍ଷ୍ୟ ଥିଲା । ଭାରତୀୟ ସହରଗୁଡିକୁ ଖୋଲାରେ ଶୌଚ ମୁକ୍ତ କରିବା, ଆଧୁନିକ ଓ ବୈଜ୍ଞାନିକ ପଦ୍ଧତିରେ ବର୍ଜ୍ୟ ପରଚାଳନା ଓ ନାଗରିକଙ୍କ ବ୍ୟବହାରରେ ପରିବର୍ତ୍ତନ ଆଣିବା ଆବାସ ଓ ନଗର ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ଆରମ୍ଭ ଏହି ଅଭିଯାନର ଲକ୍ଷ୍ୟ ଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ