କୃଷି ବିଲକୁ କଟକ କଂଗ୍ରେସର ବିରୋଧ

କଟକ,(ଦୀପକ୍ କୁମାର ବେଉରା) :ଗାନ୍ଧୀ ଜୟନ୍ତିରେ କଟକ ର ଗୌରୀଶଙ୍କର ପାର୍କ ସମ୍ମୁଖରେ ଦେଖିବାକୁ ମିଳିଛି କଂଗ୍ରେସ ନେତା ଏବଂ କର୍ମୀଙ୍କ ମେଳି।ଏଥିରେ କଟକ ଜିଲ୍ଲା ଏବଂ ଅଭିବକ୍ତ କଟକ ଜିଲ୍ଲା ର ତୁଙ୍ଗ ନେତା ଏବଂ କର୍ମୀମାନେ ଏକାଠି ହୋଇ କେନ୍ଦ୍ର ସରକାରଙ୍କ କୃଷି ବିଲକୁ ବିରୋଧ କରିଥିଲେ ।କେନ୍ଦ୍ର ସରକାର ଯେଉଁଭଳି ବିଲ ପ୍ରସ୍ତୁତ କରିଛନ୍ତି ଏହା ଦ୍ବାରା ଚାଷୀମାନେ ଢେର କ୍ଷତିଗ୍ରସ୍ତ ହେବେ।ତେଣୁ କେନ୍ଦ୍ର ସରକାର ନୂଆ ଏମଏସପି ଘୋଷଣା କରି ସଂସଦରେ ତାହାକୁ ଉପସ୍ଥାପନ କରି ପୁଣି ଥରେ ବିଲ ପାରିତ କରନ୍ତୁ।ଏମଏସପି ନ ରହିଲେ କୃଷକମାନେ ମରିଯିବେ ତେଣୁ କଂଗ୍ରେସ ସବୁ ବେଳେ କୃଷକଙ୍କ ପାଇଁ ଲଢେଇ କରିଛି ଆଗକୁ ମଧ୍ୟ ଲଢେଇ କରିବ ବୋଲି କହିଛନ୍ତି କଂଗ୍ରେସ ନେତା ଦେବାଶିଷ ପଟ୍ଟନାୟକ।କୃଷକ ବିଲ କୁ କେନ୍ଦ୍ର ର ବିଜେପି ସରକାର ଜୋରଜବରଦସ୍ତଭାବେ ରାଷ୍ଟ୍ରପତିଙ୍କ ବିନା ଅନୁମୋଦନ ରେ ଯେଉଁଭଳିଭାବେ ପାରିତ କରିଛି ତାହାକୁ ବରଦାସ୍ତ କରିବ ନାହିଁ କଂଗ୍ରେସ। ସାରା ଭାରତ ବର୍ଷ ର କୃଷକଙ୍କୁ ପୁଞ୍ଜିପତିଙ୍କ କ୍ରୀତଦାସ କରିବା ପାଇଁ କେନ୍ଦ୍ର ସରକାର ଯୋଜନା କରିଛନ୍ତି।ଯାହାକୁ ନେଇ ଏବେ କୃଷକମାନେ ମଧ୍ୟ ରାସ୍ତାକୁ ଓହ୍ଲାଇଛନ୍ତି ଆଉ ତାହାକୁ କଂଗ୍ରେସ ସମର୍ଥନ ଦେବା ସହ ଆଗାମୀ ଦିନରେ ଆନ୍ଦୋଳନକୁ ଜୋରଦାର କରିବ।କଟକ ଏବଂ ଅଭିବକ୍ତ କଟକ ଜିଲ୍ଲାରେ ଆଗକୁ ଏହି ଆନ୍ଦୋଳନ ବ୍ୟାପକ ହେବ ବୋଲି କହିଛନ୍ତି କଟକ ନଗର କଂଗ୍ରେସ ସଭାପତି ମହମ୍ମଦ ମୋକିମ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ