ଜିଲ୍ଲାସ୍ତରୀୟ ଅନଲାଇନ ପ୍ରତିଯୋଗିତାରେ ଭଞ୍ଜନଗର ଛାତ୍ରଛାତ୍ରୀଙ୍କ ସଫଳତା
ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ଗଞ୍ଜାମ ଜିଲ୍ଲାପାଳ ଶ୍ରୀ ବିଜୟ ଅମୃତ କୁଲାଙ୍ଗେ ଙ୍କ ପ୍ରଚେଷ୍ଟା ରେ ସମଗ୍ର ଗଞ୍ଜାମ ଜିଲ୍ଲାରେ କୋଭିଡ ସପ୍ତାହ ଆରମ୍ଭ କରାଯାଇଛି ଅକ୍ଟୋବର ଏକ ତାରିଖରେ ଉଜ୍ଜାପିତ ହେଇଥିଲା |ଜନସାଧାରଣଙ୍କୁ ଅନଲାଇନ ଏଵଂ ଅଫଲାଇନ ମାଧ୍ୟମରେ ବ୍ୟାପକ ସଚେତନତା କରିବା କୋଭିଡ ସପ୍ତାହ ପାଳନର ମୁଖ୍ୟ ଲକ୍ଷ | କୋଭିଡ ସପ୍ତାହ ଉଜ୍ଜାପନି ଉପଲକ୍ଷେ ଗଞ୍ଜାମ ଜିଲ୍ଲାପ୍ରଶାସନ ତରଫରୁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହେଇଥିଲା | ଜିଲ୍ଲାପ୍ରଶାସନ ତରଫରୁ ଅନଲାଇନ ରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା | ଏଥିରେ ଭଞ୍ଜନଗର ଦିବ୍ୟଶକ୍ତି ଇଂରାଜୀ ବିଦ୍ୟାଳୟ ର ଚତୁର୍ଥ ଶ୍ରେଣୀ ଛାତ୍ରୀ ସଂକୃତି ପଣ୍ଡା ଚିତ୍ରାଙ୍କନରେ ଜିଲ୍ଲାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ସରକାରୀ ହାର୍ଟନଗର ପ୍ରାଥମିକ ବିଦ୍ୟାଳୟର ପଞ୍ଚମ ଶ୍ରେଣୀ ଛାତ୍ର ପଦ୍ୟ ଆବୃତ୍ତି ରେ ଦ୍ୱତୀୟ ସ୍ଥାନ ଏଵଂ ଓଡିଶା ଆଦର୍ଶ ବିଦ୍ୟାଳୟ ଭଞ୍ଜନଗର ର ଷଷ୍ଟ ଶ୍ରେଣୀ ଛାତ୍ରୀ ବାଂସୁରୀ ଭୂୟାଁ ଦ୍ବିତୀୟ ସ୍ଥାନ ଅଧିକାର କରି ଭଞ୍ଜନଗର କୁ ଗୌରବାନ୍ୱିତ କରିଛନ୍ତି | ଜିଲ୍ଲlପାଳ ଭିଡିଓକନଫରେନ୍ସିଂ ମାଧ୍ୟମରେ ଯୋଡ଼ି ହୋଇ କୃତି ଛାତ୍ର ଛାତ୍ରୀ ଙ୍କୁ ଉତ୍ସାହିତ କରିଥିଲେ | ଭଞ୍ଜନଗର ବ୍ଲକ ଭିଡିଓକନଫରନସିଂ ହଲ ଠାରେ ଭଞ୍ଜନଗର ଉପଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମିଂଜ଼ ଜିଲ୍ଲାସ୍ତରରେ କୃତିତ୍ୱ ହାସଲ କରିଥିବା ଛାତ୍ର ଛାତ୍ରୀ ଙ୍କୁ ମାନପତ୍ର ଏଵଂ ପୁରସ୍କାର ପ୍ରଦାନ କରିବା ସହ ଭବିଷ୍ୟତ ଉଜ୍ଜଳ କାମନା କରିଥିଲେ ଓ କରୋନା ଠାରୁ ଦୁରେଇ ରହିବାକୁ ପରାମର୍ଶ ଦେଇଛନ୍ତି | ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଭଞ୍ଜନଗର ବିଡ଼ିଓ ଅନିଲ କୁମାର ସେଠୀ, ତହସିଲଦାର ଆଲୋକ କୁମାର ପ୍ରଧାନ, ଗୋଷ୍ଠୀ ଶିକ୍ଷା ଅଧିକାରୀ ଏସ. ଧନଞ୍ଜୟ, ବିଆରସିସି ହୃଷିକେଶ ସ୍ୱାଇଁ, ସିଆରସିସି ନାରାୟଣ ମହାପାତ୍ର, ହାର୍ଟନଗର ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ଯୋସ୍ନା ଦେବୀ, ଦିବ୍ୟଶକ୍ତି ଇଂଲିଶ ମିଡିୟମ ସ୍କୁଲ ଅଧ୍ୟକ୍ଷ ସମେତ ଅନ୍ୟ ଅଭିଭାବକ ମାନେ ଉପସ୍ଥିତ ଥିଲେ |