ମାଲ ପରିବହନ ଗାଡ଼ିରେ ଯାତ୍ରୀ ବୋହିବା ପଡ଼ିଲା ମହଙ୍ଗା

ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ମାଲ ପରିବହନ ଗାଡ଼ିରେ ଯାତ୍ରୀ ପରିବହନ କରିବା ପଡ଼ିଛି ମହଙ୍ଗା । ମଙ୍ଗଳବାର ସକାଳେ ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ. ମନୋରଞ୍ଜନ ସାହୁ କରୋନା ସଚେତନତା କରିବା ସହ ପୌରାଂଚଳ ବିଜୁ ପଟ୍ଟନାୟକ ଛକରେ ବିନା ମାସ୍କ ଧାରୀଙ୍କ ଠାରୁ ଜୋରିମାନା ଆଦାୟ କରୁଥିଲେ । ଉକ୍ତ ସମୟରେ ନରେନ୍ଦ୍ରପୁର ଗ୍ରାମରୁ ୧୬ଜଣ ଶ୍ରମିକଙ୍କୁ ନେଇ ସାରୁ ଅଭିମୁଖେ ଯାଉଥିବା ମହିନ୍ଧ୍ରା ପିକଅପ୍ (ଓଆର୦୭ଟି ୫୧୭୯) ଯାଉଥିବା ବେଳେ ବିଜୁ ପଟ୍ଟନାୟକ ଛକରେ ଗାଡ଼ି ଚାଳକଙ୍କ ସମେତ ଯାତ୍ରା କରୁଥିବା ଶ୍ରମିକ ମାନେ ମାସ୍କ ନବ୍ୟବହାର କରିଥିବାରୁ ଏନଫୋର୍ସମେଂଟ ଟିମ୍ ଗାଡ଼ିକୁ ଅଟକାଇବାକୁ ଚେଷ୍ଟା କରିଥିଲେ । ଗାଡ଼ି ଚାଳକ ଦୃତ ଗତିରେ ଗାଡ଼ିକୁ ନେଇ ଫେରାର ହେଉଥିବା ବେଳେ ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ସଂପୃକ୍ତ ଗାଡ଼ିକୁ ପିଛା କରି ହିଞ୍ଜିଳିରେ ଗାଡ଼ିକୁ କାବୁ କରି ଥାନାରେ ଜିମା ଦେଇଥିଲେ । ଘଟଣା ପରେ ଥାନା ଅଧିକାରୀ ଅଭିମନ୍ୟୁ ଦାସ ସଂପୃକ୍ତ ଗାଡ଼ି ଚାଳକଙ୍କ ଗାଡ଼ି ଚାଳନା ପ୍ରମାଣପତ୍ର ୬ମାସ ସକାଶେ ରଦ୍ଧ କରିବା ପରେ ଗାଡ଼ିକୁ ଛାଡ଼ି ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ