ସାର ପାଇଁ ଲମ୍ବା ଧାଡି

କାଶୀନଗର,(ରାଜେଶ କୁମାର ପଟ୍ଟନାୟକ): ଚାଷୀ ମାନଙ୍କ ବାରମ୍ବାର ଦାବି ଓ ଆନ୍ଦୋଳନ ପରେ ସମବାୟ ସମିତିକୁ ସାର ଆସିଲା ତେବେ ଆବଶ୍ୟକ ପରିମାଣର ସାର ଆସିନଥିବାରୁ ଚାଷୀଙ୍କ ତରଫରୁ ଯେତିକି ମିଳିଲା ସେତିକି ବାନ୍ଧିବା ପାଇଁ ସମିତି କାର୍ଯ୍ୟାଳୟ ସାମ୍ନାରେ ଲମ୍ବା ଧାଡି ଲାଗିଛି | ତେବେ ଯେଉଁ ମାନେ ସାର ପାଇଛନ୍ତି ସେମାନେ ଅଭିଯୋଗ କରୁଛନ୍ତି ଯେ ସାର ଧାର୍ଯ୍ୟ କର ଠାରୁ ଅଧିକ ଦରରେ ବିକ୍ରି କରାଯାଉଛି | ଗତ ଥର ଷ୍ଟକ ଆସିବା ବେଳେ ୟୁରିଆ ବସ୍ତା ପିଛା ୨୮୦ ରେ ବିକ୍ରି ହୋଇଥିବା ବେଳେ ବର୍ତ୍ତମାନ ୩୦୦ ଟଙ୍କାରେ ବିକ୍ରି କରାଯାଉଛି | ତା ସହ ସଠିକ ସମୟରେ ବିକ୍ରୟ ଆରମ୍ଭ ନକରି କମ ସମୟରେ ବିକ୍ରି କରି ଏହା ବନ୍ଦ କରିଦିଆ ଯାଉଛି | ଏ ସମ୍ପର୍କର ସତ୍ୟା ସତ ଜାଣିବା ପାଇଁ ସୋସାଇଟି ସଭାପତିଙ୍କୁ ପଚରା ଯିବାରୁ ସେ କୌଣସି ଉତ୍ତର ଦେଉନାହାନ୍ତି | ଏହାଛଡା ଧାନ କଟା ମେସିନ ଆସିଥିଲେ ମଧ୍ୟ କାଶୀନଗର ଚାଷୀଙ୍କ କାମରେ ଏହା ଲାଗୁନାହିଁ | ସୋସାଇଟି ସହ ସମ୍ପୃକ୍ତ ବ୍ୟକ୍ତି ମାନେ ଏହାକୁ ନିଜର ବ୍ୟକ୍ତି ଗତ କାମରେ ଲଗାଉଛନ୍ତି | ତେବେ ଆଜି କୃଷି ବିଭାଗୀୟ ଅଧିକାରୀ ଫିରୋଜ ଜଣାଇ ଛନ୍ତି ଯେ କାଶୀ ଗାଁ ସୋସାଇଟିର କାର୍ଯ୍ୟର ଦାଇତ୍ୱ ଖୁରିଗାଁ ସେକ୍ରେଟାରୀ ଗ୍ରହଣ କରିଛନ୍ତି | ସୋସାଇଟିର ପକ୍ଷରୁ ଯେତିକି ସାର ଆସୁଛି ତାହା ବଣ୍ଟନ କରାଯାଉଛି | କିନ୍ତୁ ଚାଷୀ ମାନଙ୍କ ଡିମାଣ୍ଡ ଅନୁସାରେ ସାର ଆସୁନାହିଁ | ଯଦି ଏଭଳି ଅବସ୍ଥା ଲାଗି ରହେ ତେବେ ଆଗାମୀ ଦିନରେ ଚାଷୀ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଚାଷୀ ମାନେ ଜବାବ ଦେଇଛନ୍ତି | ସୋସାଇଟିକୁ ଆସିଥିବା ଷ୍ଟକ ଚାଷୀ ମାନଙ୍କୁ ନ ମିଳି ଅଧିକାଂଶ ଅଂଶ କଳାବଜାରରେ ବିକ୍ରି ହେଉଛି | ତେଣୁ ପ୍ରକୃତ ଚାଷୀ ସାର ପାଇବାରୁ ବଞ୍ଚିତ ହେଉଛନ୍ତି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ