ବ୍ଳକ ବିଜେଡ଼ି ପକ୍ଷରୁ କରୋନା ସଚେତନତା ଓ ମାସ୍କ ବଂଟନ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ଜାତୀୟ ତଥା ରାଜ୍ୟ ରାଜନୀତିରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥିବା ଆଂଚଳିକ ଦଳ ବିଜେଡ଼ି ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚଳିତ ବର୍ଷର ଦଳୀୟ କାର୍ଯ୍ୟକ୍ରମକୁ ଅଗ୍ରାଧିକାର ଦେବା ପରିବର୍ତେ କରୋନା ମହାମାରୀ ସହ ଲଢେଇ ଜାରି ରଖିବା ପାଇଁ ଏକ ନିର୍ଣ୍ଣାୟକ ନିଷ୍ପତି ଗ୍ରହଣ କରିଛନ୍ତି । ରାଜ୍ୟର ସାଢେ ୪ କୋଟି ଓଡ଼ିଶା ବାସୀଙ୍କ ସେବା ପାଇଁ ସମର୍ପିତ ଥିବା ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ମହାମାରୀ କରୋନା ସଂକ୍ରମଣରୁ ଲୋକଙ୍କ ଜୀବନ ସୁରକ୍ଷା ପ୍ରତି ପ୍ରାଧାନ୍ୟ ଦେଇ ଦୀର୍ଘ ୬ ମାସରୁ ଉର୍ଦ୍ଧ୍ୱ ସମୟ ଧରି ଉତ୍କୃଷ୍ଟ ସେବା ଯୋଗାଇ ଦେଇ ଆସୁଛନ୍ତି । ରାଜ୍ୟ ସରକାର କରୋନା ନିୟନ୍ତ୍ରଣ କ୍ଷେତ୍ରରେ ନିରବଚ୍ଛିନ୍ନ ସେବା ଜାରୀ ରଖି ନିକଟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ପ୍ରଂଶସା ପତ୍ର ପାଇବା ପରେ ରାଜ୍ୟ ସରକାର ବେଶ ଉତ୍ସାହିତ ହୋଇ ଜନସମ୍ପର୍କ ପଦଯାତ୍ରା ପରିବର୍ତେ ଗାନ୍ଧୀ ଜୟନ୍ତି ଠାରୁ ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ କରୋନା ସଚେତନତା ଅଭିଯାନ ସକାଶେ ଦଳୀୟ ଜନ ପ୍ରତିନିଧି ଓ କର୍ମୀ ସମୁହଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ବୁଧବାର ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳି ବ୍ଳକ ବିଗେଡ଼ି ପକ୍ଷରୁ ସ୍ଥାନୀୟ ବ୍ଳକ ଗଣ୍ଡଳା ଓ ବେଲଗାଁ ପଂଚାୟତରେ କରୋନା ସଚେତନ କରାଯିବା ସହ ମାସ୍କ ବଂଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବ୍ଳକ ବିଜେଡ଼ି ସଭାପତି ସୁରେନ୍ଦ୍ର ପ୍ରଧାନଙ୍କ ତତ୍ୱାବଧାନରେ ବହୁ ବିଜେଡ଼ି କର୍ମୀ ସଂପୃକ୍ତ ଦୁଇ ପଂଚାୟତରେ ଘରକୁ ଘର ବୁଲି କରୋନା ସଚେତନ କରାଇବା ସହ କୋଭିଡ଼ କଟକଣାକୁ ମାନି ଚଳିବା ପାଇଁ ଅନୁରୋଧ କରିବା ସହ ମାସ୍କ ବଂଟନ କରିଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ବ୍ଳକ ଅଧ୍ୟକ୍ଷ ଏନ. ରଘୁନାଥ, ଜିଲ୍ଲାପରିଷଦ ସଭ୍ୟ ଦୁର୍ଗା ମାଧବ ମହାନ୍ତି, ଗଣ୍ଡଳା ସରପଂଚ ପ୍ରତିନିଧି ସୁଧାଂଶୁ ଶେଖର ସାହୁ, ବରିଷ୍ଟ ବିଜେଡ଼ି ନେତା ଡ଼ି. ବିଶ୍ୱନାଥ, ଯୁବ ବିଜେଡ଼ି ସଭାପତି ମନୋଜ ସାବତ, ବେଲଗାଁ ସରଂପଚ ତ୍ରିନାଥ ପାଣିଗ୍ରାହୀ, ରାଜେଶ କୁମାର ସାହୁଙ୍କ ସମେତ ବହୁ ଦଳୀୟ କର୍ମୀ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ