କରୋନାରେ ମହାକାଳପଡା ବିଧାୟକ ଅତନୁସବ୍ୟସାଚୀଙ୍କ ପାଇଁ ସମୁହ ଦୀପଦାନ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):କରୋନାରେ ଆକ୍ରାନ୍ତ ହୋଇଥିବା ମହାକାଳପଡା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଅତନୁ ସାବ୍ୟସଚୀ ନାୟକଙ୍କ ଆରୋଗ୍ୟ କାମନା କରାଯାଇ ଗୁରୁବାର ଇଛାପୁରସ୍ଥିତ ଶ୍ରୀ ବଳଦେବଜୀଉଙ୍କ ମନ୍ଦିରରେ ସମୁହ ଦୀପଦାନ କରାଯାଇଛି । ପୂର୍ବତନ କାଉନସିଲର ହିରଣ୍ୟ କୁମାର ପଣ୍ଡାଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ଦୀପଦାନ କାର୍ଯ୍ୟକ୍ରମରେ ଜିଲ୍ଲା ଯୁବ ବିଜେଡି ସଭାପତି ରାଜେଶ ଦାସ, ରଞ୍ଜିତ ସାହୁ, ଯଯାତିକେଶରୀ ମହାନ୍ତି, ଛାତ୍ର ବିଜେଡି ସଭାପତି ପ୍ରଦୀପ କୁମାର ସାହୁ, କାଳି ପ୍ରସାଦ ମିଶ୍ର, ମଙ୍ଗଳବରଣ ସିଂ, ଅଙ୍ଗୁଳେଇ ପଂଚାୟତ ସରପଂଚ ଦୁର୍ଗାବତୀ ପ୍ରଧାନ, ସମିତିସଭ୍ୟ ଅଜୟ ରାଉତ, ବଳଭଦ୍ର ପଣ୍ଡା, ଦୀନବନ୍ଧୁ ନାୟକ, ରାକେଶ ସାହୁ, ମାଧବାନନ୍ଦ ପାତ୍ର, ବିଜୟ କୁମାର ମଣ୍ଡଳ, ଜଗନ୍ନାଥ ସ୍ୱାଇଁ, ନାରାୟଣ ସାହୁ, ରେବତୀରମଣ ଦାସ, ଦେବାଶିଷ କୁବେର, ଧିରେନ୍ଦ୍ର ଦାସ ପ୍ରମୁଖ ଯୋଗଦେଇ ଶ୍ରୀ ଜୀଉଙ୍କ ପାଖରେ ସମୁହ ଦୀପଦାନ କରି ବିଧାୟକ ଶ୍ରୀ ନାୟକଙ୍କ ଆରୋଗ୍ୟ କାମନା କରିଥିଲେ ।


