ପ୍ରାକ୍ତନ ପୈାରଉପାଧ୍ୟକ୍ଷ କୁଞ୍ଜବିହାରୀ ପୃଷ୍ଟିଙ୍କୁ ଶ୍ରଦ୍ଧାଞ୍ଜଳୀ

କେନ୍ଦ୍ରାପଡ଼ା (ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡ଼ାର ସମାଜସେବୀ ତଥା ପୂର୍ବତନ ପୌର ଉପାଧ୍ୟକ୍ଷ କୁଞ୍ଜବିହାରୀ ପୃଷ୍ଟିଙ୍କ ଦ୍ୱାଦଶାହ ଅବସରରେ ତାଙ୍କ ମୀରପାଟଣାସ୍ଥିତ ବାସଭବନରେ ପ୍ରାକ୍ତନ ନଗରପାଳ ମହମ୍ମଦ ଆକବର ଅଲ୍ଲୀଙ୍କ ସଭାପତିତ୍ୱ ଏବଂ ଯୁବନେତା ରାଜେଶ ପଣ୍ଡାଙ୍କ ସଂଯୋଜନାରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳୀ ସଭାରେ ଜିଲ୍ଲାର ବିଶିଷ୍ଟ ବ୍ୟାକ୍ତିମାନେ ଗଭୀର ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଛନ୍ତି। ସ୍ୱର୍ଗତ ପୃଷ୍ଟି ରାଜନୀତିରେ ପାଦଥାପି ପୌର ପରିଷଦର ଉପାଧ୍ୟକ୍ଷ ହୋଇଥିଲେ ମଧ୍ୟ ତାଙ୍କୁ କ୍ଷମତାର ମୋହ ଆସକ୍ତ କରିପାରିନଥିଲା । ନିଜ ଜୀବନରେ ସମାଜସେବାକୁ ଆଦରି ନେଇଥିବା ସ୍ୱର୍ଗତ ପୃଷ୍ଟି ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ଭଳି ବିଭିନ୍ନ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା କରି ଶିକ୍ଷାଦାନ କ୍ଷେତ୍ରରେ ପ୍ରମୁଖ ଭୁମିକା ଗ୍ରହଣ କରିଥିଲେ । ଜଣେ ଅମାୟିକ ବ୍ୟକ୍ତିତ୍ୱ ଭାବେ ସେ ପରିଚିତ ସ୍ୱର୍ଗତ ପୃଷ୍ଟି ସାମ୍ୟବାଦ ଚିନ୍ତାଧାରାରେ ରାଜନୀତି କରି ଶେଷ ପର୍ଯ୍ୟନ୍ତ ଆଦର୍ଶରୁ କେବେ ଓହରି ନଥିଲେ ବୋଲି କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା, ପ୍ରାକ୍ତନ ରାଜନଗର ବିଧାୟକ ଅଂଶୁମାନ ମହାନ୍ତି, ପୌରାଧ୍ୟକ୍ଷା ସରିତା ସାହୁ, ସ୍ତମ୍ବକାର ଶ୍ରୀରାମ ଦାଶ, ସାମ୍ବାଦିକ ଦେବେନ୍ଦ୍ର ସୁଆର ଓ ଅମ୍ବିକା ଦାସ ପ୍ରମୁଖ ସ୍ମୃତିଚାରଣ କରି ବକ୍ତବ୍ୟ ରଖିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରାକ୍ତନ ନଗରପାଳ ଧୀରେନ ସାହୁ, ବାବାଜୀ ଧଳ, ସମାଜସେବୀ ପ୍ରଦୀପ କୁମାର ମହାନ୍ତି, ପ୍ରାଧ୍ୟାପକ ଅଜୟ ସାମଲ, ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ପ୍ରଦୀପ୍ତ ମହାନ୍ତି, ରବି ସାମଲ, ସିପିଆଇ ନେତା ରମଣୀରଞ୍ଜନ ରାଉତରାୟ,ବିଜେପି ନେତା ସଲିମ ଖାନ୍‌, ଜିଲ୍ଲା ବିଜେଡି ସଭାପତି ଶିବ ପ୍ରସାଦ ଭଳ, ଶରତ ବେହୁରା, କେଦାରନାଥ ସାମନ୍ତରାୟ, ସେକ ଇନାୟତ, ଜିଲ୍ଲାପରିଷଦ ସଭ୍ୟ ରଶ୍ମିରଞ୍ଜନ ରାଉତ, ଜଗତଜୀବନ ଦାସ, ସାମ୍ବାଦିକ ଗଣେଶ ସାମଲ, ପରେଶ ଦାସ, ଚିତ୍ତରଞ୍ଜନ ଦାସ, ପ୍ରଦ୍ୟୁମ୍ନ ଜେନା, ସିପିଆଇ(ଏମ) ନେତା ଗୟାଧଳ ଧଳ, ଡ. ଚୈତନ୍ୟ ପରିଡା, ଧରଣୀଧର ସୁଆର, ରାଜେଶ ମହାନ୍ତି, ପ୍ରଦୀପ ଦାଶ, ସୟଦ ଅବଦୁଲ ସତ୍ତାର, ମହେନ୍ଦ୍ର ପରିଡା, ପୈାରଉପାଧ୍ୟକ୍ଷା ଆକବରୀ ଖାତୁନ, ପୌରସଭ୍ୟ ଉମେଶ ନାୟକ,କାଳୀପ୍ରସାଦ ମିଶ୍ର,ନିରାକାର ସ୍ୱାଇଁ, ହିରଣ୍ୟ ପଣ୍ଡା, ରବିନ୍ଦ୍ର ପଣ୍ଡା, ମୁକ୍ତାର ଖାଁ, ହିବଜୁର ରହେମାନ, କୁଳମଣି ନାୟକ, ଅବନ୍ତୀ ବେହେରା, ଗୋଲଖ ଚନ୍ଦ୍ର ପଢିଆରୀ, ଗୋପିନାଥ ବାରିକ, ଆଦିକନ୍ଦ ରାଉଳ, ରୋସ୍ନା ସାହୁ, ଗଣେଶ ଚନ୍ଦ୍ର ସାହୁ, ରଶ୍ମୀରଞ୍ଜନ ପଣ୍ଡା,ରାଜେନ୍ଦ୍ର ରାଉତ, ହିମାଂଶୁରଞ୍ଜନ ନାୟକ,ଗୁଣନିଧି ତ୍ରିପାଠୀ, ପ୍ରହଲ୍ଲାଦ ପୃଷ୍ଟି, ଚିତ୍ତରଞ୍ଜନ ସ୍ୱାଇଁ ପ୍ରମୁଖ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରି ସ୍ୱର୍ଗତ ପୃଷ୍ଟିଙ୍କ ବିୟୋଗ କେନ୍ଦ୍ରାପଡା ପାଇଁ କ୍ଷତି ସୃଷ୍ଟି କରିଛି ବୋଲି କହିଥିଲେ । ଜ୍ୟେଷ୍ଠପୁତ୍ର ପୂର୍ବତନ ପୌରସଭ୍ୟ ସୌମେନ୍ଦ୍ର ପୃଷ୍ଟି ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ